ମେ’ ୩ରୁ ଉତ୍ତରାଖଣ୍ଡରେ ଚାର୍‌ଧାମ୍ ଯାତ୍ରା; ଡିଜିସିଏ ପକ୍ଷରୁ ମାର୍ଗଦର୍ଶିକା ଜାରି

ଡେରାଡୁନ: ଚଳିତବର୍ଷ ମେ’ ୩ରୁ ଉତ୍ତରାଖଣ୍ଡରେ ଚାର୍ ଧାମ୍ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ରାଜ୍ୟରେ ଥିବା ଚାରିଟି ଧାମ ଯଥା ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର ପରିଦର୍ଶନ କରିବାର ସୁଯୋଗଲାଭ କରିବେ । ତେବେ ଏହି ଚାର୍‌ଧାମ୍ ଯାତ୍ରା ପାଇଁ ମଙ୍ଗଳବାର ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ପକ୍ଷରୁ ହେଲିକପ୍ଟର ସେବା ପ୍ରସଙ୍ଗରେ ମାର୍ଗଦର୍ଶିକା ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ହେଲିକପ୍ଟର ଯାତ୍ରା ପାଇଁ ସଂପୃକ୍ତ ଧର୍ମସ୍ଥଳୀ ପରିଚାଳନା ବୋର୍ଡ ଏବଂ ଜିଲ୍ଲା ପ୍ରଶାସନକୁ ଏହି ମାର୍ଗଦର୍ଶିକା ଅନୁସରଣ କରିବାକୁ ପଡିବ ବୋଲି କୁହାଯାଇଛି । ତଦନୁଯାୟୀ ସଂପୃକ୍ତ ହେଲିପ୍ୟାଡ୍‌ରେ ସିସିଟିଭି କ୍ୟାମେରା ସ୍ଥାପନ, ୨୪ ଘଣ୍ଟିଆ ବିଦ୍ୟୁତ୍ ଶକ୍ତି ଯୋଗାଣ, ଫ୍ଲାଇଟ୍ ଡାଟା ଷ୍ଟୋରେଜ୍ ଆଦି ନିୟମକୁ କଡାକଡିଭାବେ ପାଳନ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି । ସାଧାରଣତଃ ଅମରନାଥ, ବୈଷ୍ଣୋଦେବୀ, କେଦାରନାଥ, ମାତା ମଛେଲ ଓ ଚାର୍‌ଧାମ୍ ପରିଦର୍ଶନ ନିମନ୍ତେ ସଂପୃକ୍ତ ସ୍ରାଇନବୋର୍ଡ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷତମାମ୍ ହେଲିକପ୍ଟର ସେବାର ବନ୍ଦୋବସ୍ତ କରାଯାଇଥାଏ ।

Related Articles

Leave a Reply

Your email address will not be published.

Back to top button