ଜଳିଗଲା ଟ୍ରେନିଂ ହେଲିକପ୍ଟର, ୩ ମୃତ

ପୋର୍ଟବ୍ଲେୟାର : ଗୁଜରାଟର ପୋରବନ୍ଦର ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏସମ୍ପର୍କରେ ପୋରବନ୍ଦର ଡିଏମ ଏସଡି ଧାନାନି ସୂଚନା ଦେଇ କହିଛନ୍ତି ଯେ ରବିବାର ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ୍ କୋଷ୍ଟଗାର୍ଡ଼)ର ଏକ ଏଏଲଏଚ ଧ୍ରୁବ ନାମକ ତାଲିମ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ତଟରକ୍ଷୀବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରିପୋର୍ଟ ଅନୁସାରେ ହେଲିକପ୍ଟର ଏଏଲ୍‌ଏଚ୍ ଧ୍ରୁବ ଅଭ୍ୟାସ ଉଡ଼ାଣ ଶେଷ କରିବା ପରେ ଅବତରଣ କରିଥାନ୍ତା। କିନ୍ତୁ ଅବତରଣ ସମୟରେ ହିଁ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ ବିମାନଟି ଭୂମିରେ ମାଡ଼ହେବା ମାତ୍ରେ ଏଥିରେ ନିଆଁ ଲାଗିଯାଇଥିଲା। ବିମାନରେ ଦୁଇଜଣ ଟ୍ରେନିଂ ପାଇଲଟ୍ ଏବଂ ଜଣେ ଟ୍ରେନର (ପାଇଲଟ୍‌) ଥିଲେ। ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଛନ୍ତି। ଅଗ୍ନିଶମ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ସେହିପରି ଡିଏମ୍ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। କୋଷ୍ଟଗାର୍ଡର ଏହା ଏକ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଥିଲା। ଏହି ହେଲିକପ୍ଟରଟି ଅତ୍ୟନ୍ତ ସୁରକ୍ଷିତ ବୋଲି ବିଶ୍ୱାସ କରାଯାଏ। ସୁତରାଂ କେଉଁ କାରଣ ଯୋଗୁ ଏହି ଦୁର୍ଘଟଣା ଘଟିଛି ସେନେଇ ଅନୁସନ୍ଧାନ ଜାରି ରହିଛି। ଏହାପୂର୍ବରୁ ମଧ୍ୟ ଗତ ୨ ସେପ୍ଟେମ୍ବର ୨୦୨୪ରେ ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଉନ୍ନତ ହାଲୁକା ହେଲିକପ୍ଟର ଖସିପଡିଥିଲା। ଏହି ଦୁର୍ଘଟଣା ପରେ ୪କ୍ରୁ ସଦସ୍ୟଙ୍କ ମଧ୍ୟରୁ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ମାତ୍ର ଜଣେ ଜୀବିତ ରହିପାରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button