ତିରୁପତି ମନ୍ଦିର ସମ୍ପତ୍ତି ତାଲିକା ଘୋଷିତ: ୧୦ ଟନ୍ ସୁନା, ୧୬ ହଜାର କୋଟି ଟଙ୍କା ସାମିଲ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ସମ୍ପତ୍ତି ମଧ୍ୟରେ ୧୦ ଟନ୍‌ରୁ ଊର୍ଦ୍ଧ୍ୱ ସୁନା ଏବଂ ପ୍ରାୟ ୧୬ ହଜାର କୋଟି ନଗଦ ଟଙ୍କା ସାମିଲ ଥିବା ଜଣାପଡିଛି । ରବିବାର ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଟ୍ରଷ୍ଟ (ତିରୁମାଲା ତିରୁପତି ଦେବସ୍ଥାନମ) ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ମନ୍ଦିରର ମୋଟ ସମ୍ପତ୍ତି ପରିମାଣ ୨.୨୬ ଲକ୍ଷ କୋଟି ଟଙ୍କା ବୋଲି ଜଣାପଡିଛି । ପ୍ରାପ୍ତ ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରେ ସ୍ଥାୟୀ ଜମା (ଫିକ୍ସଡ୍ ଡିପୋଜିଟ୍‌) ଆକାରରେ ଗଚ୍ଛିତ ରଖାଯାଇଛି । ତେବେ ଏହି ଟଙ୍କାକୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ସିକ୍ୟୁରିଟିଜ୍ ଓ ବଣ୍ଡ୍ ଜରିଆରେ ବିନିଯୋଗ କରାଯିବ ବୋଲି ସୋସିଆଲ ମିଡିଆରେ ଯାହା ପ୍ରସାରିତ ହେଉଛି, ତାହାକୁ ଟ୍ରଷ୍ଟ ପକ୍ଷରୁ ଖଣ୍ଡନ କରାଯାଇଛି । ମନ୍ଦିରକୁ ଦାନସୂତ୍ରରେ ମିଳୁଥିବା ସବୁ ସ୍ୱର୍ଣ୍ଣାଳଙ୍କାରକୁ ସରକାରୀ ମୁଦ୍ରାଶାଳାରେ ରଖାଯାଉଛି ବୋଲି ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button