ରାମ ମନ୍ଦିର ଉଡାଇବାକୁ ଧମକ; ଏନଆଇଏ ରେଡରେ ୮ ଗିରଫ

ମୋତିହାରୀ: ଅଯୋଧ୍ୟାର ରାମ ମନ୍ଦିରକୁ କ୍ଷତି କରାଇବା ପାଇଁ ଚାଲିଛି ଯୋଜନା । ଏହାର ସୂଚନା ପାଇ ପାଟନା ଏନଆଇଏ ଟିମ ମୋତିହାରୀରେ ରେଡ କରିବା ସହ ୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଏମାନଙ୍କୁ ପଚରାଉଚରା ପରେ ପାଟନା ନିଆଯିବା ନେଇ ସୂଚନା ମିଳିଛି । ତେବେ ୩ ଜଣଙ୍କୁ ଏନଆଇଏ ଉଠାଇ ନେଇଥିବା କହିଛନ୍ତି ବିହାର ପୋଲିସ ମୁଖ୍ୟାଳୟର ଏଡିଜି ଜିତେନ୍ଦ୍ର ସିଂହ ଗଙ୍ଗୱାର । ଗତ ୩୧ ତରିଖରେ ନେପାଳର ଗଣ୍ଡକୀ ନଦୀରୁ ପବିତ୍ର ଶିଳା ଅଯୋଧ୍ୟା ଅଣାଯାଉଥିଲା । ଏହି ସମୟରେ ସୋସିଆଲ ମିଡିଆରେ ଭିଡିଓ କଲ କରି ପ୍ରତିଶୋଧ ନେବାର ଭିଡିଓ ଭାଇରାଲ ହୋଇଥିଲା । ଅଯୋଧ୍ୟାରେ ବାବ୍ରି ମସଜିଦ ନାହାନ୍ତି ତ ଶ୍ରୀରାମ ମନ୍ଦିର ବି ରହିବ ନାହିଁ । ଏହାପରେ ପାଟନା ଏନଆଇଏ ଟିମ ସ୍ଥାନୀୟ ପୋଲିସ ସହାୟତାରେ ରେଡ କରିଥିବା ବେଳେ ୮ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button