ଲିଭ ଇନ୍ ପାର୍ଟନରଙ୍କୁ ହତ୍ୟା ପରେ ଫ୍ରିିଜରେ ରଖିଥିଲା ଯୁବକ

ନୂଆଦିଲ୍ଲୀ: କ୍ରାଇମ୍ କ୍ୟାପିଟାଲ ଦିଲ୍ଲୀରେ ଆଉ ଏକ ଜଘନ୍ୟ ହତ୍ୟା । ଶ୍ରଦ୍ଧା ୱାକର ପରେ ଏବେ ପୁଣି ଆଉ ଏକ ହତ୍ୟାକାଣ୍ଡ । ଲିଭ ଇନ୍ ପାର୍ଟନରଙ୍କୁ ହତ୍ୟା ପରେ ଫ୍ରିିଜରେ ରଖିଥିଲା ଦିଲ୍ଲୀର ଯୁବକ । ଦିଲ୍ଲୀ ନଜଫଗଡର ମିତ୍ରାଓଁ ଗାଁ ନିକଟରେ ଥିବା ଏକ ଢାବାର ଫ୍ରିଜରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଘଟଣାରେ ସମ୍ପୃକ୍ତି ନେଇ ଉତ୍ତର ଦିଲ୍ଲୀର ଯୁବକ ସାହିଲ ଗେହଲଟକୁ ପୁଲିସ ଅଟକ ରଖି ଜେରାକରୁଛି । ସାହିଲ ତାର ଲିଭ ଇନ୍ ପାର୍ଟନର ନିକ୍କି ଯାଦବଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । କାରର ମୋବାଇଲ ଡାଟା କେବୁଲ ବ୍ୟବହାର କରି ନିକିଙ୍କୁ ହତ୍ୟା କରିଥିଲା । ଏହାପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ନିଜ ଫ୍ରିଜରେ ରଖିଥିଲା ସାହିଲ । ପୁଲିସ ମଙ୍ଗଳବାର ଢାବାରେ ପହଞ୍ଚି ଫ୍ରିଜରୁ ଯୁବତୀଙ୍କ ଶରୀରର କଟାଖଣ୍ଡ ସବୁ ଉଦ୍ଧାର କରିଛି । ନିକ ଯାଦବ ଓ ସାହିଲ ଗେହଲଟ ଉଭୟ ଲିଭଇନରେ ରହୁଥିବା ବେଳେ ନିକି ବିବାହ ପ୍ରସ୍ତାବ ପ୍ରତ୍ୟାଖାନ କରିବାରୁ ସେ ଏହି ହତ୍ୟା କରିଥିବା କୁହାଯାଉଛି । ସେପଟେ ହତ୍ୟାକାଣ୍ଡ ଦିନ ଅନ୍ୟ ଜଣେ ମହିଳାଙ୍କୁ ସାହିଲ ବିବାହ କରିଥିବା ଜଣାପଡିଛି । ପୁଲିସ ଏହି ହତ୍ୟାକାଣ୍ଡ ମାମଲାରେ ସାହିଲକୁ ଅଟକ ରଖି ଜେରା କରୁଛି ।

Related Articles

Leave a Reply

Your email address will not be published.

Back to top button