ମହଙ୍ଗା ପଡ଼ିଲା ମୋବାଇଲ୍ ଆଣିବାକୁ ଯିବା, ୧୫ ଫୁଟ୍ ଗୁମ୍ଫାରେ ଫସିଲେ ଯୁବକ

ତେଲେଙ୍ଗାନା: ମୋବାଇଲ୍‌ ଆଣିଯିବା ଜଣେ ଯୁବକଙ୍କ ପାଇଁ ବହୁତ୍ ମହଙ୍ଗା ପଡ଼ିଛି। ୧୫ ଫୁଟ୍ ଗୁମ୍ଫାରେ ଫସିଯାଇଛନ୍ତି ଯୁବକ ଜଣଙ୍କ। ତେଲେଙ୍ଗାନା କାମାରେଡି ଜିଲ୍ଲାରେ ରାଜୁ ନାମକ ଜଣେ ବ୍ୟକ୍ତି ଗୁମ୍ଫାରେ ଫସି ରହିଥିବା ଜଣାପଡ଼ିଛି। ରାଜୁଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି । ଜେସିବି ମେସିନ ସାହାଯ୍ୟରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ଗତ ୩୦ ଘଣ୍ଟା ଧରି ରାଜୁ ଗୁମ୍ଫା ମଧ୍ୟରେ ଫସି ରହିଥିବା ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ରାଜୁଙ୍କ ମୋବାଇଲ ଗୁମ୍ଫା ଭିତରକୁ ଖସି ପଡ଼ିଥିଲା । ମୋବାଇଲ ଆଣିବାକୁ ଚେଷ୍ଟା କରୁଥିବା ବେଳେ ସେ ଦୁଇ ପଥର ମଝିରେ ଫସି ରହିଯାଇଥିଲେ । ଗୁମ୍ଫା ଭିତରେ ହିଁ ତାଙ୍କୁ ଖାଦ୍ୟ ପାଣି ଦିଆଯାଉଥିବା ବେଳେ ସିନିୟର ପୋଲିସ ଅଫିସର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ସ୍ଥାନୀୟ ଡିଏସପିଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ବେଳେ ରାଜୁ ତା’ ସାଙ୍ଗ ସହିତ ବୁଲିବାକୁ ଯାଇଥିଲା । ପଥର ଉପରେ ଚାଲୁଥିବା ବେଳେ ରାଜୁର ମୋବାଇଲ୍ ଫୋନ୍ ଖସି ପଡିଥିଲା । ପରେ ଫୋନ୍ ଆଣିବାକୁ ଯାଇ ନିଜେ ପଥର କନ୍ଦିରେ ଫସିଯାଇଥିଲେ ରାଜୁ । ପରିବାର ବର୍ଗ ବହୁ ଖୋଜାଖୋଜି ପରେ ମଧ୍ୟ ରାଜୁକୁ ପାଇନଥିଲେ । ଏହି ସମୟରେ ତାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ, ହେଲେ ସେମାନେ ସଫଳ ହୋଇ ପାରି ନ ଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ଦୀର୍ଘ ଘଣ୍ଟା ଧରି ଲଗାତାର ଉଦ୍ୟମ ପରେ ଉଦ୍ଧାରକାରୀ ଟିମ୍ ଗୁମ୍ଫାକୁ ଭାଙ୍ଗି ରାଜୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ରାଜୁ ଗୁମ୍ଫା ଭିତରେ ୫୫ ଘଣ୍ଟା ଫସି ରହିଥିଲେ ।

Related Articles

Leave a Reply

Your email address will not be published.

Back to top button