ଇସ୍ରାଏଲର ଡ୍ରୋନ୍‌ ଆକ୍ରମଣରେ ଟଳିଲା ହମାସର ଟପ୍ କମାଣ୍ଡର

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୯ମ ଦିନରେ ପହଞ୍ଚଛି । ଦୁଇ ପକ୍ଷ ଭିତରେ ଆକ୍ରମଣ ଭୟଙ୍କର ହେଉଥିବା ବେଳେ ଏଥିରେ ଏବେ ହମାସର ଜଣେ ଟପ୍ କମାଣ୍ଡର ନିହତ ହୋଇଥିବା ଖବର ମିଳିଛି । ଇସ୍ରାଏଲର ଡ୍ରୋନ ଆକ୍ରମଣରେ ହମାସ୍ ଆତଙ୍କୀ ଗୋଷ୍ଠୀର ଟପ୍ କମାଣ୍ଡର ବିଲ୍ଲାର ଅଲ କ୍ବେଦରାର ମୃତ୍ୟୁ ହୋଇଛି । ମୃତ ଜଣକ ଗତ ସପ୍ତାହରେ ଇସ୍ରାଏଲ ସମୁଦାୟଙ୍କ ଉପରେ ହୋଇଥିବା ଆକ୍ରମଣର ନେତୃତ୍ବ ନେଇଥିଲା । ଏନେଇ ଶନିବାର ଇସ୍ରାଏଲ ପ୍ରତିରକ୍ଷା ବାହିନୀ(IDF) ପକ୍ଷରୁ ଦାବି କରାଯାଇଛି । ଶନିବାର ରାତିରେ ଇସ୍ରାଏଲ ଗାଜା ଉପରେ ଏୟାର ଷ୍ଟାଇକ କରିଥିଲା । ଏଥିରେ ହମାସ୍ କମାଣ୍ଡର କ୍ବେଦରାର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଓଊୠ ସୋସିଆଲ ମିଡିଆ ଏକ୍ସରେ କହିଛି ଯେ, ଆଇଡିଏଫ ଏବଂ ଆଇଏସଏ ଗୁଇନ୍ଦା ସୂଚନା ଅନୁସାରେ ବାୟୁସେନାର ଲଢୁଆ ବିମାନ ବିଲ୍ଲାର ଅଲ କ୍ବେଦରାରକୁ ନିହତ କରିଛି, ଯିଏକି ହମାସ୍ ନୁଖବା କମାଣ୍ଡ ଫୋର୍ସର ମୁଖ୍ୟ କମାଣ୍ଡର ଥିଲା । ତା’ର ନେତୃତ୍ବରେ ଗାଜା ଷ୍ଟ୍ରିପ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଇସ୍ରାଏଲ ଲୋକମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ୨୦୦୫ରେ ଇସ୍ରାଏଲ ନାଗରିକଙ୍କୁ ଅପହରଣ ଏବଂ ହତ୍ୟା ଘଟଣାରେ ତାକୁ ଗିରଫ କରାଯାଇଥିଲା । ପରେ ସେ କାରାଗାରରୁ ବାହାରି ଥିଲା । ହମାସ କମାଣ୍ଡରର ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରି ଆଇଡିଏଫ୍‌ ଆହୁରିମଧ୍ୟ କହିଛି କି,”ବିଲ୍ଲାର ଅଲ କ୍ବେଦରା ଗତ ୭ ତାରିଖରେ ଇସ୍ରାଏଲରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଅମାନୁଷିକ, ବର୍ବର କାଣ୍ଡର ନେତୃତ୍ବ ନେଇଥିଲା । ଆମେ ତାକୁ ହଟେଇ ଦେଇଛୁ । ସବୁ ହମାସ୍ ଆତଙ୍କବାଦୀଙ୍କ ଏହିଭଳି ଅବସ୍ଥା ହେବ ।” ସେପଟେ ଇସ୍ରାଏଲର ଆକ୍ରମଣ ଚେତାବନୀ ପରେ ଉତ୍ତର ଗାଜାର ୧୦ ହଜାରରୁ ଅଧିକ ଲୋକେ ନିଜର ଭିଟାମାଟି ଛାଡ଼ି ଚାଲି ଯାଇଛନ୍ତି । ସେମାନେ ଘରର ଆସବାବପତ୍ର ଗାଡିରେ ଲଦି ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ।

Related Articles

Leave a Reply

Your email address will not be published.

Back to top button