ମହାରାଷ୍ଟ୍ରର ଶିରିଡିସ୍ଥିତ ନୀଲୱାଣ୍ଡେ ଡ୍ୟାମର ଜଳ ପୂଜନ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଶିରିଡିସ୍ଥିତ ନୀଲୱାଣ୍ଡେ ଡ୍ୟାମର ଜଳ ପୂଜନ କରିଛନ୍ତି। ଶ୍ରୀ ମୋଦୀ ଡ୍ୟାମ୍ ପରିଦର୍ଶନ କରି କେନାଲ ପାଣି ଛାଡିଥିଲେ। ପ୍ରଧାନମନ୍ତ୍ରୀ ଟ୍ବିଟରରେ କହିଛନ୍ତି ଯେ, ନୀଲୱାଣ୍ଡେ ଡ୍ୟାମର ଜଳ ପୂଜନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଯାହା ଏକ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇଛି। ଜନସାଧାରଣଙ୍କ ଉନ୍ନତି ପାଇଁ ଜଳଶକ୍ତିର ଉପଯୋଗ କରିବା ପାଇଁ ଏହା ଆମର ଅତୁଟ ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି।

Related Articles

Leave a Reply

Your email address will not be published.

Back to top button