‘କୃଷକମାନଙ୍କ ଅଧିକାର ଉପରେ ପ୍ରଥମ ବିଶ୍ୱ ଆଲୋଚନାଚକ୍ର’ କୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଜାତୀୟ କୃଷି ବିଜ୍ଞାନ କେନ୍ଦ୍ରର ଆଇସିଏଆର କନଭେନ୍ସନ୍ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ‘କୃଷକ ମାନଙ୍କ ଅଧିକାର ଉପରେ ବିଶ୍ୱ ଆଲୋଚନାଚକ୍ର’ (ଜିଏସ୍‌ଏଫ୍‌ଆର୍‌) କୁ ଉଦ୍‌ଘାଟନ କରିଛନ୍ତି।

ରାଷ୍ଟ୍ରପତି ମୁର୍ମୁ ନିମନ୍ତ୍ରିତ ଭାରତୀୟ କୃଷକ ମାନଙ୍କୁ ‘ପ୍ଲାଣ୍ଟ ଜେନୋମ୍ ସେଭିୟର କମ୍ୟୁନିଟିଜ୍ ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା ସମୁଦାୟ ପୁରସ୍କାର (୬) ଏବଂ ‘ପ୍ଲାଣ୍ଟ ଜେନୋମ୍ ସେଭିୟର ଫାର୍ମର୍ସ ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା କୃଷକ ପୁରସ୍କାର ‘ (୧୬) ଏବଂ ‘ପ୍ଲାଣ୍ଟ ଜେନୋମ୍ ସେଭିୟର ଫାର୍ମର୍ସ ରିକଗ୍ନିସନ୍‌’ ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା କୃଷକ ଚିହ୍ନଟ ପୁରସ୍କାର (୪) ପୁରସ୍କାର ପ୍ରଦାନ କରିଥିଲେ । ପିପିଭିଏଫଆର ଅଧିନିୟମ, ୨୦୦୧ର ପ୍ରାବଧାନ ଅନୁଯାୟୀ ପିପିଭିଏଫଆର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ପୁରସ୍କାର ସ୍ଥାପିତ କରାଯାଇଛି । ଏହା ସହିତ ନବନିର୍ମିତ ‘ପ୍ଲାଣ୍ଟ ଅଥରିଟି ଭବନ’, ପିପିଭିଏଫ୍‌ଆର୍ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଓ ଅନଲାଇନ୍ ଉଦ୍ଭିଦର ପ୍ରକାର ପଞ୍ଜୀକରଣ ପୋର୍ଟାଲ୍’ କୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ ଏବଂ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ।

ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ସମୃଦ୍ଧ କୃଷି, ସାଂସ୍କୃତିକ ଏବଂ ଜାତିଗତ ବିବିଧତାକୁ ଦୃଷ୍ଟିରେ ରଖି ଭାରତକୁ ଏହି ସମ୍ମାନଜନକ ବୈଠକ ଆୟୋଜନ ପାଇଁ ଯୋଗ୍ୟ ଦେଶ ଭାବରେ ଚୟନ କରିଥିବାରୁ ଆୟୋଜକ ଏଫ୍‌ଏଓ ଏବଂ ଖାଦ୍ୟ ଓ କୃଷି ପାଇଁ ଉଦ୍ଭିଦ ଆନୁବଂଶିକ ସମ୍ବଳ ଉପରେ ଆନ୍ତର୍ଜାତିକ ଚୁକ୍ତି (ଚୁକ୍ତି)ର ସଚିବାଳୟକୁ ଅଭିନନ୍ଦନ ଜଣାଇଥିଲେ । ଭାରତର ସଂସ୍କୃତି ଓ ପରମ୍ପରାରେ ଗଭୀର ଭାବରେ ଜଡ଼ିତ ଦର୍ଶନ “ବସୁଧୈବ କୁଟୁମ୍ବକମ୍‌” (ବିଶ୍ୱ ଏକ ପରିବାର) ଭୂମିରେ ପ୍ରତିନିଧି ମାନଙ୍କୁ ସେ ସ୍ୱାଗତ କରିଥିଲେ ।

ସେ କହିଥିଲେ ଯେ , କୃଷକମାନେ କଠିନ ପରିଶ୍ରମ କରି ଉଦ୍ୟମପୂର୍ବକ ଜମି ପ୍ରଜାତି, ବନ୍ୟ ସମ୍ପର୍କିତ ଏବଂ ପାରମ୍ପରିକ ପ୍ରଜାତିର ଫସଲକୁ ବିକଶିକ କିମ୍ବା ସଂରକ୍ଷିତ କରିଛନ୍ତି ଏବଂ ଆଧୁନିକ ଫସଲ ପ୍ରଜନନ କାର୍ଯ୍ୟକ୍ରମ ଗୁଡିକ ପାଇଁ ଆଧାର ପ୍ରଦାନ କରିଛନ୍ତି, ଯାହା ଦ୍ୱାରା ମଣିଷ ଏବଂ ପଶୁଧନ ପାଇଁ ଖାଦ୍ୟ ଏବଂ ପୁଷ୍ଟିକର ନିରାପତ୍ତା ସୁନିଶ୍ଚିତ ହୋଇ ପାରିବ । ସେ କହିଥିଲେ ଯେ ଜିଏଫଏସ୍‌ଆର୍ ଆୟୋଜନ କରିବା ଅତ୍ୟନ୍ତ ଉପଯୁକ୍ତ, କାରଣ କୃଷକମାନେ ହେଉଛନ୍ତି ପ୍ରାଥମିକ ଖାଦ୍ୟ ଉତ୍ପାଦକ (‘ଅନ୍ନଦାତା’) ଏବଂ ଖାଦ୍ୟ ଥିଲେ ହିଁ ଶରୀର ଥାଏ ଏବଂ ଯଦି ଶରୀର ଥାଏ ତେବେ ଯେ କୌଣସି କାମ କରି ହୋଇଥାଏ । ସେଥିପାଇଁ କୃଷକ ମାନଙ୍କୁ ପ୍ରଣାମ କରାଯିବା ଦରକାର ଏବଂ ସେମାନଙ୍କ ଅଧିକାର ଏବଂ ଭବିଷ୍ୟତର ସୁରକ୍ଷା କରିବା ଯେଉଛି ଆମର କର୍ତ୍ତବ୍ୟ ।

Related Articles

Leave a Reply

Your email address will not be published.

Back to top button