ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ପରିସରରେ ଥିବା ଅମୃତ ଉଦ୍ୟାନ ରବିବାରଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ । ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ସପ୍ତାହରେ ଛଅ ଦିନ ଲୋକମାନେ ଉଦ୍ୟାନ ପରିଦର୍ଶନ କରିପାରିବେ । ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ଖୋଲା ରହିବ ବୋଲି ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି । ରକ୍ଷଣାବେକ୍ଷଣା କାରଣରୁ ସୋମବାର ଉଦ୍ୟାନ ବନ୍ଦ ରହିବ । ପୂର୍ବରୁ ଏହି ଉଦ୍ୟାନ ମୋଗଲ ଗାର୍ଡେନ୍ ନାମରେ ଜଣାଯାଉଥିଲା । କିନ୍ତୁ ପରେ ଏହାର ନାମ ବଦଳାଯାଇ ଅମୃତ ଉଦ୍ୟାନ କରାଯାଇଥିଲା । ଉଦ୍ୟାନରେ ବୁକିଂ ଏବଂ ପ୍ରବେଶ ନିଃଶୁକ୍ଳ ରହିଛି । ଏଥିପାଇଁ ରାଷ୍ଟ୍ରପତି ଭବନର ଅଫିସିଆଲ୍ ପୋର୍ଟାଲରୁ ପାସ୍ ନେବାକୁ ପଡ଼ିବ । ବୁକିଂ କରି ନ ଥିଲେ, ଲୋକଙ୍କୁ ଉଦ୍ୟାନରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସମସ୍ତ ପରିଦର୍ଶକଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ରୁ ହେବ, ଯାହା ଉତ୍ତର ଆଭେନ୍ୟୁରୁ ରାଷ୍ଟ୍ରପତି ଭବନ ନିକଟରେ ରହିଛି ।କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ଗେଟ୍ ନମ୍ବର ୩୫ ପର୍ଯ୍ୟନ୍ତ ପ୍ରତ୍ୟେକ ୩୦ ମିନିଟରେ ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସଟଲ୍ ବସ୍ ସେବା ଉପଲବ୍ଧ ହେବ । ଚଳିତ ବର୍ଷ ପରିଦର୍ଶକମାନେ ଅମୃତ ଉଦ୍ୟାନରେ ଟ୍ୟୁଲିପ୍ ସହିତ ୧୪୦ ପ୍ରଜାତିର ଗୋଲାପ ଏବଂ ୮୦ରୁ ଅଧିକ ପ୍ରକାରର ଫୁଲ ଦେଖିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button