ବଜେଟ୍ ପ୍ରସ୍ତୁତି ଆରମ୍ଭ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖ ୨୦୨୪ରେ ଉପସ୍ଥାପିତ ହେବାକୁ ଥିବା ଅନ୍ତରୀଣ ବଜେଟ୍ ପାଇଁ ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି। ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଅଧୀନରେ ଥିବା ବଜେଟ୍ ବିଭାଗ ୨୦୨୪-୨୫ ବଜେଟ୍ ସମ୍ବନ୍ଧରେ ଏକ ସର୍କୁଲାର୍ ଜାରି କରିଛି, ଯେଉଁଥିରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରୁ ସେମାନଙ୍କ ବଜେଟ୍ ସମ୍ବନ୍ଧରେ ଇନପୁଟ୍ ମଗାଯାଇଛି। ଅକ୍ଟୋବର ୫, ୨୦୨୩ ସୁଦ୍ଧା ଅର୍ଥ ମନ୍ତ୍ରଣାଳୟ ଏହି ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ସେମାନଙ୍କ ଇନପୁଟ ଦାଖଲ କରିବାକୁ କହିଛି। ଏହି ବଜେଟ୍ ସର୍କୁଲାରରେ କୁହାଯାଇଛି ଯେ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ସଚିବ ଅକ୍ଟୋବର ଦ୍ୱିତୀୟ ସପ୍ତାହରୁ ଏହି ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ସହିତ ପ୍ରାକ ବଜେଟ୍ ବୈଠକ ଆରମ୍ଭ କରିବେ।

Related Articles

Leave a Reply

Your email address will not be published.

Back to top button