ଦେବ ଦୀପାବଳିରେ ଝଲସିଲା କାଶୀ ଘାଟ, ଜଳିଲା ବାର ଲକ୍ଷ ଦୀପ

ନୂଆଦିଲ୍ଲୀ: ଆଜି କାର୍ତ୍ତିକ ପୂର୍ଣ୍ଣିମା ଦେବ ଦୀପାବଳୀରେ ଝଲସି ଉଠିଛି ବାରଣାସୀ। ଏଠାରେ କାଶୀ ଘାଟରେ ପ୍ରାୟ ବାର ଲକ୍ଷ ଦୀପ ଜଳାଯାଇ ଏହି ପର୍ବ ପାଳନ କରାଯାଇଛି। ଏଥିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି।ଗଙ୍ଗା କୂଳରେ ୮୫ ଘାଟରେ ୧୨ ଲକ୍ଷ ଦୀପ ଜଳାଯାଇଥିଲା। ଆଜି ସଂଧ୍ୟା ହେବା ପରେ ସେଠାରେ ଗୋଟେଗୋଟେ ଦୀପ ଜଳିବାକୁ ଆରମ୍ଭ କରିଥିଲା। ଦୀପଗୁଡିକ ଏପରି ସଜା ଯାଇଥିଲା ଯାହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିଲା। ପ୍ରତିବର୍ଷ ବାରଣାସୀରେ କାର୍ତ୍ତିକ ପୂର୍ଣ୍ଣିମାରେ ପାଳନ ହୋଇଥାଏ ଏହି ଦେବ ଦୀପାବଳି। ଯେଉଁଥିରେ ଲକ୍ଷ ଲକ୍ଷ ଦୀପ ଜଳାଯାଇଥାଏ।

Related Articles

Leave a Reply

Your email address will not be published.

Back to top button