୨୦୨୩ର ପ୍ରଥମ ‘ମନ୍ କୀ ବାତ୍’ : ଆଇଆଇଏସ୍କୁ ବଧେଇ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ୨୦୨୩ର ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ନିଜ ନାମରେ ରେକର୍ଡ ୧୪୫ ପେଟେଣ୍ଟ୍ କରିଥିବା ବେଙ୍ଗାଲୁରୁ ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସ୍)କୁ ବଧେଇ ଜଣାଇଛନ୍ତି । ଭାରତୀୟ ବିଜ୍ଞାନ ସଂସ୍ଥାନ ଏକ ଅଦ୍ଭୁତ ଉଦାହରଣ ପେଶ୍ କରିଛି ବୋଲି କାର୍ଯ୍ୟକ୍ରମର ୯୭ତମ ସଂସ୍କରଣରେ ମୋଦୀ କହିଛନ୍ତି । ନିଜର ଏହି ମାସିକ ରେଡିଓ ସମ୍ବୋଧାନରେ ପ୍ରତିଷ୍ଠିତ ପଦ୍ମ ପୁରସ୍କାରରେ ସମ୍ମାନୀତ ବ୍ୟକ୍ତିଙ୍କ ଜୀବନୀ ଏବଂ କାହାଣୀ ସମ୍ପର୍କରେ ପଢ଼ିବାକୁ ଦେଶର ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି । ପଦ୍ମ ପୁରସ୍କାର ବିଜେତାଙ୍କ ମଧ୍ୟରେ ଏକ ବଡ଼ ସଂଖ୍ୟା ଆଦିବାସୀ ସମୁଦାୟ ଏବଂ ଆଦିବାସୀ ସମାଜ ସହିତ ଜଡ଼ିତ ବୋଲି ସେ ଏହି ଅବସରରେ ରେଖାଙ୍କିତ କରିଥିଲେ । ଟୋଟୋ, ହୋଇ, କୁଇ ଏବଂ ମାଣ୍ଡା ପରି ଆଦିବାସୀ ଭାଷା ଉପରେ କାର୍ଯ୍ୟ କରିଥିବା ବହୁ ମହାନ୍ ହସ୍ତୀଙ୍କୁ ପଦ୍ମ ପୁରସ୍କାରେ ସମ୍ମାନିତ କରାଯାଇଛି ବୋଲି ସେ କହିଥିଲେ । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଏବେ ଦୁନିଆ ସେମାନଙ୍କୁ ଜାଣିବ । ନିଜ ସଂସ୍କୃତିର ସଂରକ୍ଷଣ ନିମନ୍ତେ ଲଗାତାର ଉଦ୍ୟମ ଚଳାଇଥିବା ଏବଂ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ପୂର୍ବୋତ୍ତର ଲୋକଙ୍କ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ।