ନିଜକୁ ଗୁଳି କଲେ କୋଏମ୍ବାଟୁରର ଡିଆଇଜି, କାର୍ଯ୍ୟାଳୟ ପହଞ୍ଚି ସୁରକ୍ଷାକର୍ମୀଙ୍କଠାରୁ ମାଗିଥିଲେ ପିସ୍ତଲ

ନୂଆଦିଲ୍ଲୀ: ତାମିଲନାଡୁର କୋଏମ୍ବାଟୁରର ଡିଆଇଜି ନିଜ କାର୍ଯ୍ୟାଳୟରେ ନିଜକୁ ଗୁଳି କରି ମୃତ୍ୟୁବରଣ କରିଛନ୍ତି। ଯାହାକୁ ନେଇ କାର୍ଯ୍ୟାଳୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୁଳି ଚଳାଇବାର କିଛି ସମୟ ପରେ ଡିଆଇଜିଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ, ରେସ କୋର୍ସରେ ଥିବା ତାଙ୍କ କ୍ୟାମ୍ପ ଅଫିସରେ ଡିଆଇଜି ସି ବିଜୟକୁମାର ନିଜ ପିସ୍ତଲ ସାହାଯ୍ୟରେ ଗୁଳି ଚଳାଇଥିଲା। ତାଙ୍କ ନିକଟସ୍ଥ ପୋଲିସ୍ କର୍ମୀମାନେ କହିଥିଲେ ଯେ, ସେ ଗତ କିଛି ଦିନ ହେବ ଚାପରେ ଥିଲେ। ଯାହା ପରେ ବର୍ତ୍ତମାନ ସେ ଏହି ପଦକ୍ଷେପ ନେଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସମସ୍ତ ବଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହେବାକୁ ଯାଉଛି।

Related Articles

Leave a Reply

Your email address will not be published.

Back to top button