ଘୋଷଣା ହେଲା ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ପୁରସ୍କାର

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି କେନ୍ଦ୍ର ସରକାର ଭାରତ ରତ୍ନ ପୁରସ୍କାର ଘୋଷଣା କରିଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଦେଶର ଏହି ସର୍ବୋଚ୍ଚ ସମ୍ମାନ ପାଇବେ। ତାଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଆନନ୍ଦିତ ଯେ ଭାରତ ସରକାର ସାମାଜିକ ନ୍ୟାୟ, ମହାନ ଜନ ନାୟକ କର୍ପୁରୀ ଠାକୁର ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ଯେତେବେଳେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ ସେତେବେଳେ ଏହି ପୁରସ୍କାର ପାଇଁ ତାଙ୍କୁ ମନୋନିତ କରାଯିବା ଖୁସରି କଥା।  ସେ କହିଛନ୍ତି ଯେ, ଦଳିତ, ସମାନତା ଏବଂ ସଶକ୍ତିକରଣ ପାଇଁ ତାଙ୍କର ଚିରନ୍ତନ ଉଦ୍ୟମ ସ୍ମରଣୀୟ ହୋଇ ରହିଛି। ସ୍ବର୍ଗତ କର୍ପୁରୀ ଠାକୁର ବିହାର ଥରେ ଉପମୁଖ୍ୟମନ୍ତ୍ରୀ ଏବଂ ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ସେ 1977 ରୁ 1979 ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ସେ ଓବିସି ସଂରକ୍ଷଣକୁ ଲାଗୁ କରିଥିଲେ। ସେ ଜଣେ ଜନନେତା ଭାବେ ବେଶ ପରିଚିତ ଥିଲେ। ନିର୍ବାଚନ ଯୁଦ୍ଧରେ ସେ ଯେବେଠାରୁ ଅବତୀର୍ଣ୍ଣ ହୋଇଥିଲେ ସେବେଠାରୁ ସେ କେବେ ହାରି ନ ଥିଲେ। ତାଙ୍କର ବିୟୋଗ 1988 ମସିହା ଫେବୃୟାରୀ 17 ତାରିଖରେ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button