ସ୍କୁଟିକୁ ୧୨ କିମି ଘୋଷାଡ଼ି ଯୁବତୀଙ୍କୁ ହତ୍ୟା ମାମଲା: କାର୍‌କୁ ଧରିପାରିଲାନି ୯ ପୁଲିସ ଭ୍ୟାନ୍‌

ନୂଆଦିଲ୍ଲୀ: ନୂଆବର୍ଷ ଉପଲକ୍ଷେ ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଗୋଟିଏ ବାଲେନୋ କାର୍ ସମ୍ମୁଖ ଦିଗରୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ସ୍କୁଟି ଚଳାଉଥିବା ଅଞ୍ଜଳି ସିଂହ ନାମ୍ନୀ ଜଣେ ୨୦ ବର୍ଷୀୟା ଯୁବତୀଙ୍କର ଅକାଳ ମୃତ୍ୟୁ ଘଟିଛି । ସ୍କୁଟି ପଛରେ ବସିଥିବା ଅଞ୍ଜଳିଙ୍କ ବାନ୍ଧବୀ ନିଧି ଆହତ ହୋଇ ବର୍ତ୍ତିଯାଇଛନ୍ତି । ତେବେ ଏହି ହତ୍ୟାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଧକ୍କା ହେବାପରେ କାର୍‌ଟି ପ୍ରାୟ ୧୨ କିମି ପର୍ଯ୍ୟନ୍ତ ଅଞ୍ଜଳିଙ୍କୁ ଘୋଷାଡି ନେଇଥିଲା । କାର୍ ନିମ୍ନାଂଶରେ ଯୁବତୀଙ୍କ ଶରୀର ଲାଖିଥିବା ଜାଣି ସୁଦ୍ଧା କାର୍‌୍ ଆରୋହୀମାନେ କାର୍‌କୁ ଅଟକାଇ ନଥିଲେ । ବରଂ ମୃତଦେହକୁ ଖସାଇବାକୁ କାର୍‌କୁ ବାରମ୍ବାର ଗତିପଥ ବଦଳାଉଥିଲେ । ଦୁର୍ଘଟଣା ସମୟରେ ସେହି ଅଞ୍ଚଳରେ ୫ଟି ପିସିଆର ଭ୍ୟାନ୍ ପାଟ୍ରୋଲିଂ ଦାୟିତ୍ୱରେ ଥିଲା । ଦୀପକ ଦହିୟା ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ କାର୍ ତଳେ ଜଣେ ଯୁବତୀ ଲଟ୍‌କି ଥିବା ଦେଖିବାପରେ ପୁଲିସ ଇମର୍ଜେନ୍ସି ନମ୍ବର ଏବଂ ନିକଟସ୍ଥ ଥାନାକୁ ୨୦ରୁ ଅଧିକ ଥର କଲ୍ କରିଥିଲେ । ଦୁର୍ଘଟଣା ଘଟାଇଥିବା କାର୍‌କୁ ଧରିବାକୁ ଘଟଣାସ୍ଥଳରେ ୯ଟି ପୁଲିସ ଭ୍ୟାନ୍ ପହଞ୍ଚିଥିଲେ ସୁଦ୍ଧା ସଂପୃକ୍ତ କାର୍ କିମ୍ବା ଅଞ୍ଜଳିଙ୍କ ମୃତଦେହ ଠାବ କରିପାରିନଥିଲେ । ପ୍ରାୟ ତିନି କିଲୋମିଟର ଯିବାପରେ କାର୍‌ର ସମ୍ମୁ୍‌ଖ ସିଟ୍‌ରେ ବସିଥିବା ବ୍ୟକ୍ତି ଅଞ୍ଜଳିଙ୍କ ହାତ ବାହାରେ ଝୁଲୁଥିବା ଲକ୍ଷ୍ୟ କରିଥିଲେ । ତେବେ ସେତିକିବେଳେ ପୁଲିସ ଭ୍ୟାନ୍ ପହଞ୍ଚିବାରୁ ସେମାନେ ନ ଅଟକି ପୁଣି ଦ୍ରୁତଗତିରେ ପଳାଇଥିଲେ । ଅଞ୍ଜଳିଙ୍କ ମୃତଦେହ ଖସାଇବାକୁ ଡ୍ରାଇଭର କାର୍‌କୁ ଅତିକମରେ ଚାରିଥର ୟୁ-ଟର୍ଣ୍ଣ ନେଇଥିଲେ । ରାସ୍ତାରେ ଘୋଷାଡି ହେବାଫଳରେ ଅଞ୍ଜଳିଙ୍କର ଶରୀରରୁ ପୋଷାକ ଛିଣ୍ଡି ଅଲଗା ହୋଇଯାଇଥିଲା ଏବଂ ତାଙ୍କ ଶରୀରର ଚର୍ମ ସମ୍ପୂର୍ଣ୍ଣ ଛେଲି ହୋଇଯାଇଥିଲା । ୧୨ କିମି ଘୋଷାଡି ହେବାଫଳରେ ତାଙ୍କ ଶରୀରର ୪୦ଟି ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏପରିକି ତାଙ୍କର କେତେକ ପଞ୍ଜରା ହାହ୍ ପିଠିପଟେ ବାହାରି ଆସିଥିଲା । ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା ଯେ ଅଞ୍ଜଳିଙ୍କ ଖପୁରୀରୁ ମସ୍ତିଷ୍କ ବୋଲି ପଦାର୍ଥ ଗାଏବ ହୋଇଯାଇଥିଲା । ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି ରିମାଣ୍ଡରେ ନେଇସାରିଛି ।

Related Articles

Leave a Reply

Your email address will not be published.

Back to top button