କଳା-ହଳଦିଆ ଟ୍ୟାକ୍ସି ମୁମ୍ବାଇ ରୋଡରୁ ହଟିବ, ୬୦ ବର୍ଷର ଇତିହାସ ହେବ ଶେଷ

ମୁମ୍ବାଇ : ଦଶନ୍ଧି ଧରି, ମୁମ୍ବାଇ ସହରର ରାସ୍ତାରେ ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସି ପରିବହନ ସେବାରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲା। ଜନସାଧାରଣ ପରିବହନକାରୀ, ଏହି ଟ୍ୟାକ୍ସିକୁ କଳ-ହଳଦିଆ(କାଲି-ପିଲି) କୁହାଯାଇଥାଏ। ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା ଆଗରେ ଏହି କଳା-ହଳଦିଆ ଟ୍ୟାକ୍ସିଗୁଡ଼ିକ ବର୍ତ୍ତମାନ ମୁମ୍ବାଇର ରାସ୍ତାରୁ ହଟାଇ ଦିଆଯିବ। ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ପ୍ରିମିୟର ପଦ୍ମିନୀ ୨୯ ଅକ୍ଟୋବର ୨୦୦୩ରେ ମୁମ୍ବାଇର ତାରଡେଓ ଆରଟିଓରେ କଳା-ହଳଦିଆ ଟ୍ୟାକ୍ସି ଭାବରେ ପଞ୍ଜୀକୃତ ହୋଇଥିଲା। ସହରରେ କ୍ୟାବଗୁଡ଼ିକର ବୟସ ସୀମା ୨୦ ବର୍ଷ, ମୁମ୍ବାଇରେ ସୋମବାର ଠାରୁ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ଆଉ ରହିବ ନାହିଁ। ମୁମ୍ବାଇରେ ବର୍ତ୍ତମାନ ୪୦ ହଜାରରୁ ଅଧିକ କଳା-ହଳଦିଆ କ୍ୟାବ ଅଛି, ଯଦିଓ, ୯୦ ଦଶକର ଶେଷ ଭାଗରେ, ଏହାର ସଂଖ୍ୟା ପ୍ରାୟ ୬୩ ହଜାର ଥିଲା।

Related Articles

Leave a Reply

Your email address will not be published.

Back to top button