ମନ୍ଦିର କୂଅ ଛାତ ଭୁଶୁଡିବା ଘଟଣା : ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ନୂଆଦିଲ୍ଲୀ:  ପବିତ୍ର ରାମନବମୀ ଦିନ ମଧ୍ୟପ୍ରଦେଶ ଇନ୍ଦୋରରେ ହୋଇଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୫ ଛୁଇଁଛି । ଆହୁରୀ କିଛି ଲୋକ ମାଟି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଊଦ୍ଧାରର କାର୍ୟ୍ୟ ଅଧିକ ତ୍ୱରାନିତ କରିବାକୁ ସେନାକୁ ମୁତୟନ କରାଯାଇଛି । ମନ୍ଦିରରେ ଥିବା ପବିତ୍ର ବେଲେଶ୍ୱର ଶିବ ମନ୍ଦିରରେ ଥିବା କୂଅ ଧସି ଯାଇଥିଲା । ୩୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ରହିଛି । ମଧ୍ୟାହ୍ନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଥିବା ସମୟରେ ହଠାତ ମନ୍ଦିର ପରିସରରେ ଥିବା କୂଅ ଧସିଯାଇଥିଲା ଓ ଏଥିରେ କିଛି ଶ୍ରଦ୍ଧାଳୁ ଖସିପଡିଥିଲେ । ଘଟଣାସ୍ଥଳରେ ତୁରନ୍ତ ରେସ୍କ୍ୟୁ ଟିମ ପହଁଚି ଉଦ୍ଧାର ଜାରି ରଖିଛି । ସୂଚନା ଅନୁସାରେ ମନ୍ଦିରରେ ଥିବା କୂଅ ଉପରେ ମାତ୍ରାଧିକ ଶ୍ରଦ୍ଧାଳୁ ଛିଡା ହୋଇ ଶ୍ରୀରାମଙ୍କ ଦର୍ଶନ କରୁଥିବା ସମୟରେ ଏହା ଧସିପଡିଥିଲା । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାରେ ଏବେ ସୁଦ୍ଧା ୪ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Related Articles

Leave a Reply

Your email address will not be published.

Back to top button