ଦୀପିକାଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ: ଶ୍ରେଷ୍ଠ ମୂଳ ଗୀତ ପାଇଁ ଓସ୍କାର ପୁରସ୍କାର ପାଇଥିବା ଆର୍‌ଆର୍‌ଆର୍‌ର ‘ନାଟୁ ନାଟୁ’ ୯୫ତମ ଏକାଡେମୀ ପୁରସ୍କାର ଉତ୍ସବରେ ଇତିହାସ ସୃଷ୍ଟି କରିଛି। ଏମ୍‌ଏମ୍‌ କିରାଭାନି ପୁରସ୍କାର ଗ୍ରହଣ କରିବାକୁ ମଞ୍ଚକୁ ଆସିବାବେଳେ ଦର୍ଶକ ଗ୍ୟାଲେରୀରେ ବସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା। ଟିମ୍‌ଠାରୁ ଦୂରରେ ବସି ଦୀପିକା ଫିଲ୍ମକୁ ସମର୍ଥନ ଜଣାଇବାକୁ ପଛଘୁଞ୍ଚା ଦେଇ ନଥିଲେ ଏବଂ ନିଜ ଆସନରେ ବସି ଖୁସିରେ ଆତ୍ମହରା ହୋଇ ଯାଇଥିଲେ। ଅଭିନେତ୍ରୀ ଭାବପ୍ରବଣ ହେବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Related Articles

Leave a Reply

Your email address will not be published.

Back to top button