୩୦୦ ଫୁଟ ଘାଟିରୁ ଖସିଲା ଟାଭେରା, ୧୦ ମୃତ

ଜମ୍ମୁ: ଆଜି ରାମବନ୍ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଏସୟୁଭି ଗଭୀର ଘାଟିରେ ଖସିପଡିରୁ ଦଶ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଯାଉଥିବା ସମୟରେ ରାମବନ୍‌ର ବ୍ୟାଟେରୀ ଚଶମା ଅଞ୍ଚଳରେ ରାତି ପ୍ରାୟ ୧: ୧୫ ରେ ୩୦୦ ଫୁଟ ଗଭୀର ଘାଟରେ ଗାଡି (ଟାଭେରା) ଟି ଖସି ପଡିଥିଲା। ଏହି ଦୁର୍ଘଟଣାରେ ୯ ଜଣ ଯାତ୍ରୀ ଏବଂ ଟାଭେରା ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ରାମବନ୍‌ରେ ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ରାଷ୍ଟ୍ରପତି ମୁର୍ମୁ ଏକ ପୋଷ୍ଟରେ କହିଛନ୍ତି ଯେ, ଜମ୍ମୁ କାଶ୍ମୀର ଜାତୀୟ ରାଜପଥରେ ରାମବନ୍ ଅଞ୍ଚଳରେ ଏକ ଗାଡି ଘାଟିରେ ଖସିଯିବା ପରେ ଅନେକ ଲୋକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ସମବେଦନା ଜଣାଉଛି।

Related Articles

Leave a Reply

Your email address will not be published.

Back to top button