ରାଜନୀତିରୁ ସନ୍ୟାସ ନେବା ଖବରକୁ ସୋନିଆଙ୍କ ଖଣ୍ଡନ

ନୂଆଦିଲ୍ଲୀ:   ରାଜନୀତିରୁ ସୋନିଆ ସନ୍ୟାସ ନେବେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏବେ ସୋନିଆଙ୍କୁ ନେଇ ଆଉ ନୂଆ ଖବର ସାମ୍ନାକୁ ଆସିଛି । ରାଜନୀତିରୁ ସନ୍ୟାସ ନେବା ଖବରକୁ ସୋନିଆ ଖଣ୍ଡନ  କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏନେଇ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ସୂଚନା ଦେଇଛନ୍ତି । ଅଳକା କହିଛନ୍ତି, ଗଣମାଧ୍ୟମରେ ରାଜନୀତିରୁ ସନ୍ୟାସ ନେବା ନେଇ ଯେଉଁ ଖବର ପ୍ରକାଶିତ ହୋଇଥିଲା ତାହାକୁ ନେଇ ସେ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଗଣମାଧ୍ୟମ ଖବର ଶୁଣି ସୋନିଆ ହସିବା ସହ କହିଥିଲେ, ନା ମୁଁ କେବେ ରାଜନୀତିରୁ ସନ୍ୟାସ ନେଇଥିଲି ନା ଆଗକୁ ନେବି । ସୋନିଆଙ୍କ ସନ୍ୟାସ ନେବା ଚର୍ଚ୍ଚା ପଛର ସବୁଠୁ ବଡ କାରଣ ହେଲା ରାୟପୁରରେ ଦେଇଥିବା ଭାବୁକ ଭାଷଣ । କଂଗ୍ରେସର ୮୫ତମ ଅଧିବେଶନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜର କାର୍ୟ୍ୟକାଳକୁ ନେଇ ଭାଷଣ ଦେଇଥିଲେ । ଯେଉଁ ଭାଷଣରେ ସୋନିଆ କହିଥିଲେ, ୧୯୯୮ ମସିହାରେ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ଠାରୁ ଏବେ ପର୍ୟ୍ୟନ୍ତ ଅନେକ ଉପଲବ୍ଧି ଏବଂ ଅନେକ ନିରାଶା ଦେଖିଛି । ୨୦୦୪ ଓ ୨୦୦୯ରେ ୟୁପିଏ ସରକାରର ବିଜୟ ବଡ ଉପଲବ୍ଧି । ଯାହା ମୋତେ ବେଶ ଖୁସି ଦେଇଥିଲା । କିନ୍ତୁ ଏହା ଠାରୁ ଅଧିକ ଖୁସିର ମୁହୂର୍ତ୍ତ ହେଲା, ଏହି ଇନିଂସ ଭାରତ ଯୋଡ ଯାତ୍ରା ସହ ଶେଷ ହୋଇପାରେ । ଭାରତ ଯୋଡ ଯାତ୍ରାକୁ ନେଇ ସୋନିଆ ରାହୁଲଙ୍କୁ ପ୍ରଶଂସା କରିବା ସହ ଆଗାମୀ ରାଜନୈତିକ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ । ଆଉ ସୋନିଆଙ୍କ ଏହି ଭାଷଣ ପରେ ସେ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସୋନିଆ ତାଙ୍କ ଆସନ ଝିଅ ପ୍ରିୟଙ୍କାଙ୍କ ପାଇଁ ଛାଡି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଅଳକା ଲାମ୍ବା ଯେଉଁ ସୂଚନା ଦେଇଛନ୍ତି ତାହା ଏହି ଚର୍ଚ୍ଚାରେ ବିରାମ ଲଗାଇଛି ।

Related Articles

Leave a Reply

Your email address will not be published.

Back to top button