ସିବିଆଇରେ ହାଜର ହେଲେ ସିସୋଦିଆ

ନୂଆଦିଲ୍ଲୀ: ସିବିଆଇରେ ହାଜର ହେଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ହାଜର ହୋଇଛନ୍ତି ସିସୋଦିଆ । ସିବିଆଇର ନୋଟିସକୁ ବିରୋଧ କରି ଆପ୍ ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିବିଆଇରେ ହାଜର ହେବା ପୂର୍ବରୁ ସିସୋଦିଆଙ୍କ ଘର ଆଗରେ ଏକାଠି ହୋଇଥିଲେ ଶହ ଶହ ସମର୍ଥକ । ଘରୁ ବାହାରି ସିସୋଦିଆ ସମର୍ଥକଙ୍କ ସହ ରାଲି କରି ରାଜଘାଟ ଯାଇଥିଲେ । ସେଠାରେ କିଛି ସମୟ ରହିବା ପରେ ସିବିଆଇ କାର୍ୟ୍ୟାଳୟ ଅଭିମୁଖେ ବାହାରିଥିଲେ । ତେବେ ଏହି ସମୟରେ ସିସୋଦିଆ କହିଥିଲେ, ସେ ସିବିଆଇକୁ ସଂପୂର୍ଣ୍ଣ ସହଯୋଗ କରିବେ । ଜେଲ ଯିବା ପାଇଁ ତାଙ୍କର ଭୟ ନାହିଁ । ମିଛ ମାମଲାରେ ଜେଲ ଯିବା କିଛି ନୂଆ କଥା ନୁହଁ । କିଛି ଦିନ ଜେଲରେ ରହିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ସିସୋଦିଆ । ରାହୁଲ ଗାନ୍ଧୀ ନୁହେଁ ବରଂ କେଜରିୱାଲଙ୍କ ଭୟ ବିଜେପିକୁ ଘାରିଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ ଟଙ୍କାଟିଏର ବି ଦୁର୍ନୀତି କରିନାହାଁନ୍ତି । ସିବିଆଇ ୧୪ ଘଂଟା ରେଡ କରିବା ପରେ ବି କିଛି ପ୍ରମାଣ ପାଇନଥିଲା । ଏବେ କିନ୍ତୁ ମିଛରେ ତାଙ୍କୁ ବଦନାମ କରିବାକୁ ଏଭଳି କରାଯାଉଥିବା ଆପ୍ ଅଭିଯୋଗ କରିଛି । ଏପରିକି ପତ୍ନୀଙ୍କର ସ୍ୱାସ୍ଥ୍ୟବସ୍ଥା ଭଲନଥିବା କହିଛନ୍ତି ସିସୋଦିଆ । ପୁଅ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବାରୁ ପରିବାର ଓ ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ସିସୋଦିଆ ।

Related Articles

Leave a Reply

Your email address will not be published.

Back to top button