ଇସ୍ତପା ଦେଲେ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଇସ୍ତପା ଦେଇଥିବା ଜଣାପଡିଛି । ଉଭୟଙ୍କ ଇସ୍ତପା ପତ୍ର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମନୀଷ ସିସୋଦିଆଙ୍କର ଅନେକ ବିଭାଗରେ ଦାୟିତ୍ବ ଥିଲା। ସତ୍ୟେନ୍ଦ୍ର ଜୈନ ଜେଲ ଯିବା ପରେ ସେ ତାଙ୍କ ବିଭାଗର କାର୍ଯ୍ୟ ତୁଲାଉଥିଲେ। ମନୀଷ ସିସୋଦିଆ ଦିଲ୍ଲୀ ସରକାରଙ୍କ ୩୩ଟି ବିଭାଗର ୧୮ ଟି ଦାୟିତ୍ବରେ ଥିଲେ। ସତ୍ୟେନ୍ଦ୍ର ଜୈନ ୯ ମାସ ହେଲା ଜେଲରେ ଅଛନ୍ତି। ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମାମଲାରେ ମନୀଷ ସିସୋଦିଆ ଗିରଫ ହେବା ପରଠାରୁ ବିରୋଧି ଦଳ କେଜ୍ରିଓ୍ବାଲ ସରକାରଙ୍କ ଉପରେ ଆକ୍ରମଣ କରୁଥିଲେ।

Related Articles

Leave a Reply

Your email address will not be published.

Back to top button