ସପିଂମଲ୍‌ରେ ଗୁଳିମାଡ଼, ୯ ମୃତ

ଓ୍ବାଶିଂଟନ: ଆମେରିକାର ଟେକ୍ସାସରେ ଗୁଳିକାଣ୍ଡ । ଏକ ସପିଂମଲରେ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ଜଣେ ଛୋଟ ପିଲା ସହିତ ୯ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଟେକ୍ସାସର ଏଲନରେ ଥିବା ପ୍ରିମିୟମ ଆଉଟଲେଟ୍‌ସ ମଲରେ ଜଣେ ସନ୍ଦିଗ୍ଧ ଗୁଳିମାଡ଼ କରିଥିଲେ ।  ଖବର ପାଇ ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସର ପାଲଟା ଆକ୍ରମଣରେ ସନ୍ଦିଗ୍ଧ ସୁଟର ନିହତ ହୋଇଛି ।କାଁଲିନ୍ କାଉଣ୍ଟିର ଜଣେ ପ୍ରମୁଖ ଅଧିକାରୀଙ୍କ ସୂଚନା ମୁତାବକ, ଦୁର୍ବୃତ୍ତର ଗୁଳିମାଡ଼ରେ ଗୋଟିଏ ଛୋଟ ପିଲା ସହିତ ପ୍ରାୟ ୯ଜଣ ପ୍ରାଣ ହରାଇଛନ୍ତି । ଏଲନ୍ ପୋଲିସ ମଲ୍‌କୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରୁଛି । କିଛି ଲୋକ ଏବେବି ମଲ୍ ଭିତରେ ଫଶି ରହିଛନ୍ତି । ସୋସିଆଲ୍ ଭାଇରାଲ୍ ହେଉଥିବା ଭିଡିଓ ଅନୁଯାୟୀ, ମଲ୍ କର୍ମଚାରୀମାନେ ସପିଂମଲ୍ ଭିତରେ ଶରଣ ନେଇଥିବା ଦେଖିବାକୁ ମିଳିଛି । ଗୁଳିମାଡ଼ ଶବ୍ଦ ଶୁଣି ଜଣେ ବ୍ୟକ୍ତି ଦୋକାନୀ ଭିତରେ ଶୋଇଯାଇଥିଲେ । ସେପଟେ ପୋଲିସ ଲୋକଙ୍କୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published.

Back to top button