ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବଢିଲା ସମସ୍ୟା, ବର୍ତ୍ତମାନ ଇଡି ଜବତ କଲା ୯୭ କୋଟି ମୂଲ୍ୟର ସମ୍ପତ୍ତି

ନୂଆଦିଲ୍ଲୀ: ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ବର୍ତ୍ତମାନ ଇଡି ସେମାନଙ୍କର ୯୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ପିଏମଏଲଏ, ୨୦୦୨ ଅଧିନିୟମ ଅନୁଯାୟୀ ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟି ଟଙ୍କା ମୂଲ୍ୟର ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ଇଡି, ମୁମ୍ବାଇ ସଂଲଗ୍ନ କରିଛି। ସଂଲଗ୍ନ ସମ୍ପତ୍ତି ମଧ୍ୟରେ ଜୁହୁରେ ଅବସ୍ଥିତ ଏକ ଆବାସିକ ଫ୍ଲାଟ ଅନ୍ତର୍ଭୁକ୍ତ ଯାହାକି ବର୍ତ୍ତମାନ ଶିଳ୍ପା ଶେଟ୍ଟୀଙ୍କ ନାମରେ ଅଛି। ପୁଣେ ସ୍ଥିତ ଆବାସିକ ବଙ୍ଗଳା ଏବଂ ଇକ୍ୱିଟି ସେୟାର ରାଜ କୁନ୍ଦ୍ରାଙ୍କ ନାମରେ ଅଛି।

Related Articles

Leave a Reply

Your email address will not be published.

Back to top button