ସେପ୍ଟେମ୍ବର ମାସ: ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ:ସେପ୍ଟେମ୍ବର ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ । ସବୁ ରବିବାର ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ହୋଲିଡେ ମଧ୍ୟ ସାମିଲ ରହିଛି । ସେପ୍ଟେମ୍ବରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ଓ ଇଦ୍ ଏ ମିଲାଦ ଭଳି ଉତ୍ସବ ସବୁ ଅନୁଷ୍ଠିତ ହେବ। ଏହା ଛଡା ଜାତୀୟ ସ୍ତରର ଛୁଟି ମଧ୍ୟ ପାଳନ ହେବ। ଏଣୁ ସେପ୍ଟେମ୍ବରରେ ବ୍ୟାଙ୍କ ପୁରା ୧୬ ଦିନ ବନ୍ଦ ରହିବ। ୩ ସେପ୍ଟେମ୍ବର ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ ୬ ସେପ୍ଟେମ୍ବର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ ଓ ପାଟନାରେ ବ୍ୟାଙ୍କ ବନ୍ଦ ରହିବ। ୭ ସେପ୍ଟେମ୍ବର  କୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଅହମ୍ମଦାବାଦ, ଚଣ୍ଡିଗଡ଼, ଡେରାଡୁନ, ଗାଙ୍ଗଟକ, ତେଲେଙ୍ଗାନା, ଜୟପୁର, ଜମ୍ମୁ, କାନପୁର, ଲକ୍ଷ୍ନୌ, ରାୟପୁର, ରାଞ୍ଚୀ, ସିଲଙ୍ଗ, ଶିମଲା ଓ ଶ୍ରୀନଗରରେ ବ୍ୟାଙ୍କ ଛୁଟି ରହିବ। ୯ ସେପ୍ଟେମ୍ବର  ଦ୍ୱିତୀୟ ଶନିବାର ଯୋଗୁ ଦେଶର ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ୧୦ ସେପ୍ଟେମ୍ବର ରବିବାର ଯୋଗୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ୧୭ ସେପ୍ଟେମ୍ବର ରବିବାର ଯୋଗୁ ମଧ୍ୟ ଦେଶରେ ବ୍ୟାଙ୍କ ବନ୍ଦ। ୧୮ ସେପ୍ଟେମ୍ବର ବିନାୟକ ଚତୁର୍ଥୀ ନିମନ୍ତେ ବେଙ୍ଗାଲୁରୁ ଓ ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ। ୧୯ ସେପ୍ଟେମ୍ବର ଗଣେଶ ଚତୁର୍ଥୀ ନିମନ୍ତେ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର ଓ ପାଣାଜୀରେ ବ୍ୟାଙ୍କ ବନ୍ଦ ରହିବ। ୨୦ ସେପ୍ଟେମ୍ବର  ନୂଆଁଖାଇ ଯୋଗୁ ଭୁବନେଶ୍ୱର ସମେତ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓ ମୁଖ୍ୟାଳୟରେ ବ୍ୟାଙ୍କ ଛୁଟି ରହୁଥିବା ବେଳେ ଏହି ଦିନ କୋଚ୍ଚିରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ୨୨ ସେପ୍ଟେମ୍ବର ନାରାୟଣଗୁରୁ ସମାଧି ଦିବସ ନିମନ୍ତେ କୋଚ୍ଚି, ପଣାଜୀ ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ବନ୍ଦ ରହିବ। ୨୩ ସେପ୍ଟେମ୍ବର ଚତୁର୍ଥ ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ । ୨୪ ସେପ୍ଟେମ୍ବର ରବିବାର ପାଇଁ ବ୍ୟାଙ୍କ ଛୁଟି। ୨୫ ସେପ୍ଟେମ୍ବର ଶଙ୍କର ଦେବ ଜୟନ୍ତୀ ନିମନ୍ତେ ଗୌହାଟୀରେ ବ୍ୟାଙ୍କ ବନ୍ଦ ରହିବ। ୨୭ ସେପ୍ଟେମ୍ବର ମିଲାଦ ଏ ସରିଫ ନିମନ୍ତେ ଜମ୍ମୁ, ଶ୍ରୀନଗର, କୋଚ୍ଚି ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ଛୁଟି ରହିବ। ୨୮ ସେପ୍ଟେମ୍ବର ଇଦ ଏ ମିଲାଦ ନିମନ୍ତେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ। ୨୯ ସେପ୍ଟେମ୍ବର ଇଦ ଏ ମିଲାଦ ଉନ ନବୀ ଯୋଗୁ ଗାଙ୍ଗଟୋକ, ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।

Related Articles

Leave a Reply

Your email address will not be published.

Back to top button