ୟୁପି ଏଟିଏସ୍ ହେପାଜତରେ ସୀମା ହାଇଦର, ସାମ୍ନାକୁ ଆସିଲା ପାକିସ୍ତାନୀ ସେନା ସହ ସମ୍ପର୍କ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନୀ ମହିଳା ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ କାହାଣୀ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ସୀମା ହାଇଦର ମଧ୍ୟ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ ହୋଇଛି। ଏଥି ସହ ୟୁପି ଏଟିଏସ୍ ଟିମ୍ ପାକିସ୍ତାନୀ ବାସିନ୍ଦା ସୀମା ହାଇଦରଙ୍କୁ ଗିରଫ କରିଛି ଏବଂ ଏଟିଏସ୍ ଏକ ଗୁପ୍ତ ସ୍ଥାନରେ ସୀମା ହାଇଦରଙ୍କୁ ପଚରାଉଚରା ଆରମ୍ଭ କରିଛି। ସୀମା ହାଇଦର ଆରମ୍ଭରୁ ଏଟିଏସର ରାଡାରରେ ଥିଲେ, ସେ ତାଙ୍କ ପ୍ରେମିକ ସଚିନଙ୍କୁ ଭେଟିବା ପାଇଁ ନେପାଳ ଦେଇ ଭାରତ ଆସିଥିଲେ। ବର୍ତ୍ତମାନ ହ୍ଵାଟସ୍ ଆପ୍ ଚାଟ୍ ଏବଂ ସମସ୍ତ ପ୍ରମାଣ ଆଧାରରେ ଏଟିଏସ୍ ଟିମ୍ ଅଧିକ ଅନୁସନ୍ଧାନ କରିବ। ଏହା ସହିତ ସୀମାଙ୍କ ପରିଚୟ ପତ୍ର ହାଇ କମିଶନଙ୍କ ନିକଟକୁ ପଠାଯାଇଛି ଏବଂ ଜାଣିବାକୁ ମିଳିଛି ଯେ, ସୀମାର ଦାଦା ପାକିସ୍ତାନୀ ସେନାରେ ଜଣେ ସୁବେଦାର ଏବଂ ସୀମାଙ୍କ ଭାଇ ଜଣେ ପାକିସ୍ତାନୀ ସସୈନିକ। ଭାରତର ସୁରକ୍ଷା ଏଜେନ୍ସି ବର୍ତ୍ତମାନ ସୀମାକୁ ପଚରାଉଚରା କରିବ। ପ୍ରେମ କାହାଣୀ ଠାରୁ ଆରମ୍ଭ କରି ଭାରତ ଆସିବା ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ଅନୁସନ୍ଧାନ କରାଯାଉଛି। ୟୁପି ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୀମା ଜଣେ ପାକିସ୍ତାନୀ ନାଗରିକ ଏବଂ ତାଙ୍କ ଆଗମନରେ ଅନେକ ସମସ୍ୟା ରହିଛି। ଏଭଳି ପରିସ୍ଥିତିରେ ତାଙ୍କୁ ପଚରାଉଚରା କରିବା ଆବଶ୍ୟକ, ତେଣୁ ଦେଶର ସୁରକ୍ଷା ସହ ଜଡିତ ସମସ୍ତ ଏଜେନ୍ସି ତାଙ୍କୁ ପଚରାଉଚରା କରିବେ।୨୦୧୯ ରେ PUBG ଖେଳିବାବେଳେ ସୀମା ଏବଂ ସଚିନ୍ ମୀନା ପରସ୍ପର ସହ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ତା’ପରେ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଏହା ପରେ, ମଇ ୧୩ ତାରିଖ ୨୦୨୩ ରେ ସୀମା ହାଇଦର ନେପାଳ ଦେଇ ଏକ ବସ୍ ଯୋଗେ ଭାରତ ଆସିଥିଲେ। ଉତ୍ତରପ୍ରଦେଶ ପୋଲିସର ସୂଚନାନୁସାରେ, ସୀମା ଏବଂ ସଚିନ୍ ଗ୍ରେଟର ନୋଏଡାର ରବୁପୁରା ଅଞ୍ଚଳରେ ରୁହନ୍ତି ଯେଉଁଠାରେ ସଚିନ୍ ଏକ ଦୋକାନ ଚଳାନ୍ତି। ଏଥି ସହ, ଜୁଲାଇ ୪ ତାରିଖରେ ନେପାଳ ଦେଇ ତାଙ୍କ ଚାରି ପିଲାଙ୍କ ସହ ବେଆଇନ ଭାବେ ଭାରତ ପ୍ରବେଶ କରିଥିବା ଯୋଗୁଁ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହା ସହିତ ସଚିନଙ୍କୁ ଏକ ବେଆଇନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଜେଲକୁ ପଠାଯାଇଥିଲା। ଯଦିଓ ଉଭୟଙ୍କୁ ପରେ ମୁକ୍ତ କରାଯାଇଥିଲା ଏବଂ ବର୍ତ୍ତମାନ ୟୁପି ଏଟିଏସ୍ ସେମାଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button