ଫାଇନାଲ ମ୍ୟାଚରେ ସୁରକ୍ଷାରେ ତ୍ରୁଟି, ପଡ଼ିଆରେ ପ୍ରବେଶ କଲେ ପାଲେଷ୍ଟାଇନ ସମର୍ଥକ, ଧରିଲା ପୋଲିସ

ନୂଆଦିଲ୍ଲୀ: ବର୍ତ୍ତମାନ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ଧାରା ଜାରି ରହିଛି। ଏହି ସମୟ ମଧ୍ୟରେ ଭାରତରେ ଖେଳାଯାଉଥିବା କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ରେ ଜଣେ ପାଲେଷ୍ଟାଇନ ସମର୍ଥକଙ୍କୁ ପୋଲିସ ଗିରଫ କରିଛି। ବାସ୍ତବରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ଫାଇନାଲ ମ୍ୟାଚରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଯେତେବେଳେ ଜଣେ ପାଲେଷ୍ଟାଇନ ସମର୍ଥକ ସୁରକ୍ଷା କର୍ଡନ ଭାଙ୍ଗି ପଡ଼ିଆରେ ପ୍ରବେଶ କରିଥିଲେ। ତେବେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ କୋଲକାତାର ଇଡେନ ଗାର୍ଡେନରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲୋକମାନେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ହାତରେ ପତାକା ଧରିଥିବାର ନଜର ଆସିଥିଲେ।

Related Articles

Leave a Reply

Your email address will not be published.

Back to top button