ଛାତ୍ରବୃତ୍ତି ଯୋଜନାରେ ଦୁର୍ନୀତି: ସିବିଆଇକୁ ତଦନ୍ତ ହସ୍ତାନ୍ତର କଲା ସଂଖ୍ୟାଲଘୁ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଛାତ୍ରବୃତ୍ତି ଯୋଜନାରେ ସଂଖ୍ୟା ଲଘୁ ମନ୍ତ୍ରାଳୟ ଏବେ ବଡ ଦୁର୍ନୀତି ଧରିଛି। ସୂଚନାନୁସାରେ, ୨୧ ଟି ରାଜ୍ୟରେ ଛାତ୍ରବୃତ୍ତି ଯୋଜନାର ଦୁର୍ନୀତି ଚାଲିଛି। ୧୫୭୨ ସଂଖ୍ୟାଲଘୁ ଅନୁଷ୍ଠାନ ମଧ୍ୟରୁ କେବଳ ୮୩୦ ଅନୁଷ୍ଠାନ କାଗଜରେ ଚାଲୁଛି। ଏହି ମାମଲାର ତଦନ୍ତ କରିବା ପାଇଁ ମନ୍ତ୍ରଣାଳୟ ସିବିଆଇକୁ ହସ୍ତାନ୍ତର କରିଛି।ସୂତ୍ରରୁ ପ୍ରକାଶ ଯେ, ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ମିଶି ସଂଖ୍ୟାଲଘୁ ସଂସ୍ଥାଗୁଡ଼ିକ ଗତ ୫ ବର୍ଷ ମଧ୍ୟରେ ଛାତ୍ରଙ୍କ ନାମରେ ୧୪୪.୮୩ କୋଟି ଟଙ୍କା ଠକେଇ କରିଛନ୍ତି। ଛାତ୍ରବୃତ୍ତି ଯୋଜନାରେ ହୋଇଥିବା ଏହି ଦୁର୍ନୀତି କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରଣାଳୟର ଅନୁସନ୍ଧାନରେ ସାମ୍ନାକୁ ଆସିବା ପରେ ନକଲି ମଦ୍ରାସା ଏବଂ ନକଲି ଛାତ୍ରଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କୋଟି କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡିଛି। ଏହି ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସଂଖ୍ୟାଲଘୁ ମନ୍ତ୍ରଣାଳୟ ଏହାର ତଦନ୍ତ ସିବିଆଇକୁ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button