ସତ୍ୟପାଲ ମଲିକ୍‌ଙ୍କୁ ସିବିଆଇ ଜେରା

ନୂଆଦିଲ୍ଲୀ: ୩୦୦ କୋଟି ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ପକ୍ଷରୁ ଶନିବାର ମେଘାଳୟ ଓ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍‌ଙ୍କୁ ଜେରା କରାଯାଇଛି । ଜମ୍ମୁୁ-କଶ୍ମୀର ରାଜ୍ୟପାଳ ଦାୟିତ୍ୱ ବହନ କରୁଥିବାବେଳେ ଦୁଇଟି ଫାଇଲରେ ଦସ୍ତଖତ କରିବାକୁ ସତ୍ୟପାଲଙ୍କୁ କୁଆଡେ ୩୦୦ କୋଟି ଟଙ୍କାର ଲାଞ୍ଚ ଯଚାଯାଇଥିଲା ବୋଲି ଖୋଦ୍ ସତ୍ୟପାଲ ନିଜ ଆଡୁ ଦାଏର କରିଥିବା ଏତଲାରେ ଉଲ୍ଲେଖ କରିଥିଲେ । ଚଳିତମାସ ୪ରେ ମେଘାଳୟ ରାଜ୍ୟପାଳ ପଦରୁ ଅବ୍ୟାହତି ନେବାପରେ ସିବିଆଇ ପକ୍ଷରୁ ସତ୍ୟପାଲଙ୍କୁ ଏହି ପ୍ରସଙ୍ଗରେ ଦୁଇଥର ଜେରା କରାଯାଇଥିବା ପ୍ରକାଶ ।

Related Articles

Leave a Reply

Your email address will not be published.

Back to top button