୩୪ଟି ରାଷ୍ଟ୍ରରେ ସମଲିଙ୍ଗୀ ବିବାହ ବୈଧ

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟର ୫ଜଣିଆ ସମ୍ବିଧାନ ବେଞ୍ଚରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ନେଇ ଆଗତ ଅନ୍ୟୂନ ୧୫ଟି ଆବେଦନର ଏକତ୍ର ଶୁଣାଣି ଆରମ୍ଭ ହୋଇଛି । ଭାରତୀୟ ଜନତାପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହାକୁ ବିରୋଧ କରୁଥିବା ବେଳେ ଏଲଜିବିଟିକ୍ୟୁ ସମୁଦାୟ ପକ୍ଷରୁ ସମ୍ମାନସହ ବଞ୍ଚିବାର ଅଧିକାର ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ଦୃଷ୍ଟିରୁ ଏହାକୁ ଆଇନଗତ ମାନ୍ୟତା ଦେବା ଉଚିତ୍‌ ବୋଲି ଯୁକ୍ତି କରାଯାଇଛି । ପୂର୍ବରୁ ୨୦୧୮ ମସିହାରେ ସମ୍ବିଧାନର ଧାରା ୩୭୭ରୁ ସମଲିଙ୍ଗୀ ଓ ଅପ୍ରାକୃତିକ ଯୌନ ସମ୍ପର୍କର ଆପରାଧିକତାକୁ ବାଦ୍‌ ଦିଆଯାଇଥିଲା । ତେବେ ଯେଉଁଠି ଏହି ସମଲିଙ୍ଗୀ ବିବାହ ଆଇନ ସମ୍ମତ ସେହି ସବୁ ଦେଶଗୁଡ଼ିକ ହେଉଛି କ୍ୟୁବା, ଆଣ୍ଡୋରା, ସ୍ଲୋଭେନିଆ, ଚିଲି, ସ୍ୱିଜରଲ୍ୟାଣ୍ଡ, କୋଷ୍ଟାରିକା, ଅଷ୍ଟ୍ରିଆ, ତାଇୱାନ, ଇକ୍ୱେଡର, ବେଲଜିୟମ, ବ୍ରିଟେନ, ଡେନମାର୍କ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆଇସଲ୍ୟାଣ୍ଡ, ଆୟର୍ଲାଣ୍ଡ, ଲକ୍ସେମବର୍ଗ, ମାଲ୍ଟା, ନରୱେ, ପର୍ତ୍ତୁଗାଲ୍‌, ସ୍ପେନ୍‌, ସ୍ୱିଡେନ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଆମେରିକା, କଲମ୍ବିଆ, ବ୍ରାଜିଲ୍‌, ଆର୍ଜେଣ୍ଟିନା, କାନାଡା, ନେଦରଲାଣ୍ଡ, ନିଉଜିଲାଣ୍ଡ, ପର୍ତ୍ତୁଗାଲ ଓ ଉରୁଗୁଏ । ୨୦୦୧ ମସିହାରେ ସମଲିଙ୍ଗୀ ବିବାହକୁ ପ୍ରଥମେ ନେଦରଲ୍ୟାଣ୍ଡ ଆଇନଗତ ମାନ୍ୟତା ଦେଇଥିବାବେଳେ ତାଇୱାନ ହେଉଛି ଏହା କରିବାରେ ପ୍ରଥମ ଏସୀୟ ରାଷ୍ଟ୍ର । ଏହି ୩୪ଟି ଦେଶ ମଧ୍ୟରୁ ୨୩ଟି ଦେଶ ଆଇନ ପ୍ରଣୟନ କରି ସମଲିଙ୍ଗୀ ଦମ୍ପତିଙ୍କୁ ବିବାହ କରିବାକୁ ଅନୁମତି ହୋଇଥିବାବେଳେ ଦଶଟି ଦେଶରେ ସେମାନେ କୋର୍ଟଙ୍କ ନିଷ୍ପତ୍ତି ମାଧ୍ୟମରେ ଏହି ଅଧିକାର ପାଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଦକ୍ଷିଣ ଆଫ୍ରିକା ଏବଂ ତାଇୱାନ ଏହି ଆଇନ ପ୍ରଣୟନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button