ରୁଷ-ୟୁକ୍ରେନ ଯୁଦ୍ଧ: ଜେଲେନସ୍କିଙ୍କ ସହ ଫୋନରେ କଥା ହେଲେ ପିଏମ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୀମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ସମସ୍ତ ଶାନ୍ତି ପ୍ରୟାସକୁ ଋଷ ଏବଂ ୟୁକ୍ରେନ ବିବାଦର ଶୀଘ୍ର ସମାପ୍ତ କରିବାକୁ ଭାରତର ନିରନ୍ତର ସମର୍ଥନ ଜଣାଇଛନ୍ତି। ଫୋନ୍ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମଧ୍ୟ କହିଛନ୍ତି ଯେ, ୟୁକ୍ରେନକୁ ମାନବିକ ସହାୟତା ଜାରି ରଖିବ। ମୋଦୀ ‘ଏକ୍ସ’ ଉପରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ-ୟୁକ୍ରେନ ସହଭାଗିତାକୁ ମଜବୁତ କରିବା ପାଇଁ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଭଲ ଆଲୋଚନା ହୋଇଥିଲା। ସମସ୍ତ ଶାନ୍ତି ପ୍ରୟାସ ଏବଂ ଜାରି ରହିଥିବା ବିବାଦର ଶୀଘ୍ର ସମାପ୍ତି ପାଇଁ ଭାରତର ନିରନ୍ତର ସମର୍ଥନ ଜଣାଇଲା। ଭାରତ ଏହାର ଲୋକକେନ୍ଦ୍ରିକ ଆଭିମୁଖ୍ୟ ଦ୍ୱାରା ମାନବିକ ସହାୟତା ପ୍ରଦାନ ଜାରି ରଖିବ ..।” ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଶାନ୍ତି ଫେରାଇ ଆଣିବାକୁ ନରେନ୍ଦ୍ର ମୋଦୀ ନିରନ୍ତର ଚେଷ୍ଟା କରୁଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେବା ପୂର୍ବରୁ ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ତାଙ୍କୁ ପଞ୍ଚମ ଥର ପାଇଁ ରାଷ୍ଟ୍ରପତି ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଋଷ-ୟୁକ୍ରେନ ବିବାଦର ସମାଧାନ ପାଇଁ କଥାବାର୍ତ୍ତା ଏବଂ କୂଟନୀତି ହିଁ ଏକମାତ୍ର ମାର୍ଗ।

Related Articles

Leave a Reply

Your email address will not be published.

Back to top button