ସାଧାରଣତନ୍ତ୍ର ଦିବସ ପରେଡ୍‌-୨୦୨୩: ଟିକଟ ବାବଦରେ ଆଦାୟ ହୋଇଛି ୨୮ ଲକ୍ଷ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚଳିତବର୍ଷ ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଭବ୍ୟ ପରେଡ୍ ଆୟୋଜିତ ହୋଇଯାଇଛି । ଏହି ପରେଡ୍ ଦେଖିବାକୁ ସାଧାରଣ ଲୋକଙ୍କ ପାଇଁ ୩୨ ହଜାର ଟିକଟ ବ୍ୟବସ୍ଥା କରାଯାଇଥିଲା । ଟିକଟ ବିକ୍ରି ବାବଦରେ ୨୮,୩୬,୯୮୦ ଟଙ୍କା ଆଦାୟ ହୋଇଛି ବୋଲି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ୍ ଶୁକ୍ରବାର ଲୋକସଭାକୁ ସୂଚୀତ କରିଛନ୍ତି । ୨୦୧୮ରେ ଟିକଟ ବିକ୍ରି ବାବଦରେ ୩୪.୯୦ ଲକ୍ଷ ଟଙ୍କା ଆଦାୟ ହୋଇଥିବାବେଳେ ୨୦୧୯ରେ ଏହି ପରିମାଣ ୩୪.୩୪ ଲକ୍ଷ, ୨୦୨୦ରେ ୩୪.୭୨ ଲକ୍ଷ, ୨୦୨୧ରେ ୧୦.୧୨ ଲକ୍ଷ ଏବଂ ୨୦୨୨ରେ ୧.୧୪ ଲକ୍ଷ ରହିଥିବା ସେ ଜଣାଇଛନ୍ତି । ସାଧାରଣତନ୍ତ୍ର ଦିବସ ପାଳନର ପ୍ରତ୍ୟେକ ଇଭେଣ୍ଟ ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ୨୦୧୮-୧୯ରେ ୧,୫୩,୬୨,୦୦୦ ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ୨୦୧୯-୨୦ରେ ଏହା ୧,୩୯,୬୫,୦୦୦, ୨୦୨୦-୨୧, ୨୦୨୧-୨୨ ଏବଂ ୨୦୨୨-୨୩ରେ ଏହି ପରିମାଣ (ପ୍ରତିବର୍ଷ) ୧,୩୨,୫୩,୦୦୦ ରହିଥିଲା । ପରେଡ୍‌ଠାରୁ ଆରମ୍ଭ କରି ବିଟିଙ୍ଗ୍ ରିଟ୍ରିଟ୍ ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଭାଗ ଓ ସଂସ୍ଥା ସହ ସମନ୍ୱୟ ରକ୍ଷା କରାଯାଇଥାଏ ।

Related Articles

Leave a Reply

Your email address will not be published.

Back to top button