ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ରାମସ୍ୱାମୀ

ୱାଶିଂଟନ: ୨୦୨୪ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆମେରିକାରେ ବାସ କରୁଥିବା ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ୱାମୀ ଘୋଷଣା କରିଛନ୍ତି । ନିକ୍କି ହାଲିଙ୍କ ପରେ ଦ୍ୱିତୀୟ ରିପବ୍ଲିକାନ ପ୍ରାର୍ଥୀଭାବେ ରାମସ୍ୱାମୀ ଏହି ଦୌଡରେ ସାମିଲ ହେବାକୁ ଯାଉଥିବା ଜଣାପଡିଛି । ୩୭ ବର୍ଷୀୟ ରାମସ୍ୱାମୀଙ୍କ ପୈତୃକ ବାସସ୍ଥାନ ହେଉଛି କେରଳ । ବହୁବର୍ଷ ପୂର୍ବେ ତାଙ୍କ ପିତାମାତା ଆମେରିକା ଯାଇ ସେଠାରେ ନାଗରିକତ୍ୱ ଗ୍ରହଣ କରିଥିଲେ । ରାମସ୍ୱାମୀ ବର୍ତ୍ତମାନ ଆମେରିକାରେ ଜେନେରାଲ ଇଲେକ୍‌ଟ୍ରିକ୍ କମ୍ପାନୀରେ ଚାକିରୀ କରିଛନ୍ତି । ନିକଟରେ ଫକ୍ସ ନ୍ୟୁଜ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ରାମସ୍ୱାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ଦେଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ଦଳର ନେତା ଡୋନାଲଡ୍ ଟ୍ରମ୍ପ ଆଗାମୀ ନିର୍ବାଚନ ଲଢିବେ ବୋଲି ଘୋଷଣା କରିସାରିଛନ୍ତିି । ଏହି ପରିପ୍ରେକ୍ଷୀରେ ଟ୍ରମ୍ପ, ହାଲି ଓ ରାମସ୍ୱାମୀଙ୍କୁ ମିଶାଇ ତିନିଜଣ ରିପବ୍ଲିକାନ୍ ପ୍ରାର୍ଥୀ ଦୌଡରେ ସାମିଲ ହେବାକୁ ଯାଉଛନ୍ତି ।

Related Articles

Leave a Reply

Your email address will not be published.

Back to top button