ଅକ୍ଟୋବର ପହିଲାରେ ପ୍ରଧାନମନ୍ତ୍ରୀଙ୍କ ତେଲଙ୍ଗାନା ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ପହିଲା ୨୦୨୩ ଦିନ ତେଲଙ୍ଗାନା ଗସ୍ତ କରିବେ । ପ୍ରାୟ ଅପରାହ୍ନ ୨ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମେହବୁବ ନଗର ଜିଲ୍ଲାରେ ପହଞ୍ଚି ୧୩, ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ସେଗୁଡିକ ମଧ୍ୟରେ ସଡକ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଉଚ୍ଚଶିକ୍ଷା କ୍ଷେତ୍ରମାନ ରହିଛି । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ଦେଶରେ ଆଧୁନିକ ସଡକ ଭିତ୍ତିଭୂମିର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଦୂରଦୃଷ୍ଟି ରହିଛି ସେହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ କାଳରେ ଏକାଧିକ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ । ନାଗପୁର-ବିଜୟୱାଡା ଆର୍ଥିକ କରିଡର ସମ୍ପର୍କୀତ କେତେକ ପ୍ରମୁଖ ସଡକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ୱରଙ୍ଗଲରୁ ଖମାମ ପର୍ଯ୍ୟନ୍ତ ୧୦୮ କି.ମି. ଦୀର୍ଘ ଚାରିଲେନ ବିଶିଷ୍ଟ ଗ୍ରୀନ ଫିଲ୍ଡ ହାଇୱେ ଏନଏଚ୧୬୩ଜି ଏବଂ ୯୦ କିଲୋମିଟର ଦୀର୍ଘ ଖମାମ-ବିଜୟୱାଡା ସେକ୍ସନର ଏନଏଚ-୧୬୩ଜି ଗ୍ରୀନଫିଲ୍ଡ ହାଇୱେ । ଏହି ସଡକ ପ୍ରକଳ୍ପ ଦ୍ୱୟ ୬୪୦୦କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହି ପ୍ରକଳ୍ପ ସମ୍ପର୍ଣ୍ଣ ହେଲେ ୱାରଙ୍ଗଲ ଓ ଖମାମ୍ ମଧ୍ୟରେ ଦୂରତା ୧୪କିଲୋମିଟର ଏବଂ ଖମାମ ଓ ବିଜୟୱାଡା ମଧ୍ୟରେ ଦୂରତା ୨୭କିଲୋମିଟର ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ମଧ୍ୟ ସୂର୍ଯ୍ୟପେଟରୁ ଖମାମ ସେକ୍ସନର ଏନଏଚ୩୬୫ବିବିର ୫୯କିଲୋମିଟର ଦୀର୍ଘ ଚାରିଲେନ ଯୁକ୍ତ ରାସ୍ତାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୨୪୬୦ କୋଟି ଟଙ୍କା  ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦ-ବିଶାଖାପାଟଣା କରିଡର ଓ ଭାରତମାଳା ପରିଯୋଜନା ଅଧୀନରେ ବିକଶିତ ହୋଇଛି । ଏହା ଦ୍ୱାରା ଖମାମ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳକୁ ଉତ୍ତମ  ଯୋଗାଯୋଗ ସମ୍ଭବ ହେବ ।

ପ୍ରକଳ୍ପ ମଧ୍ୟରେ ପ୍ରଧାନମନ୍ତ୍ରୀ ୩୭କିଲୋମିଟର ଦୀର୍ଘ ଜାକଲେଇ କ୍ରିଷ୍ଣା ନୂତନ ରେଳଲାଇନର ମଧ୍ୟ ଉଦ୍‌ଘାଟନ କରିବେ । ୫୦୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ରେଳଲାଇନ ଯୋଗୁଁ ପ୍ରଥମ ଥର ନିମନ୍ତେ ନାରାୟଣପେଟ ଭଳି ଅନଗ୍ରସର ଜିଲ୍ଲା ମଧ୍ୟ ରେଳ ମାନଚିତ୍ରରେ ସ୍ଥାନ ପାଇବ । ପ୍ରଧାନମନ୍ତ୍ରୀ ମଧ୍ୟ ହାଇଦ୍ରାବାଦ (କଚେଗୁଡା)-ରାୟଚୁର-ହାଇଦ୍ରାବାଦ (କଚେଗୁଡା) ଟ୍ରେନ ସେବାର ପତାକା ଦେଖାଇ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରାଇବେ । ଏହି ଟ୍ରେନ ସେବା ତେଲେଙ୍ଗାନା ହାଇଦ୍ରାବାଦ, ରଙ୍ଗାରେଡ୍ଡୀ, ମେହବୁବନଗର, ନାରାୟଣପେଟ ଜିଲ୍ଲା, କର୍ଣ୍ଣାଟକର ରାୟଚୁର ଜିଲ୍ଲାକୁ ସଂଯୋଗ କରିବ । ଏହି ରେଳପଥ ପ୍ରଥମ ଥର ପାଇଁ ମେହେବୁବ ନଗର ଓ ନାରାୟଣପେଟ ଭଳି ଅନଗ୍ରସର ଜିଲ୍ଲାଗୁଡିକୁ ସଂଯୋଗ କରିବା ଦ୍ୱାରା ବିଦ୍ୟାର୍ଥୀ, ଦୈନିକ ଯାତାୟତକାରୀ, ଶ୍ରମିକ ଓ ସ୍ଥାନୀୟ ଅଞ୍ଚଳ ହନ୍ତତନ୍ତ ଶିଳ୍ପ କାରିଗରଙ୍କ ନିମନ୍ତେ ବେଶ୍ ସୁବିଧାଜନକ ହେବ ।

Related Articles

Leave a Reply

Your email address will not be published.

Back to top button