ପୁନେର ଏସ୍‌ପି କଲେଜରେ ସବୁଠୁ ବଡ଼ ଶିକ୍ଷାଗତ ଗତିବିଧିରେ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ୨୦୨୩ ଡିସେମ୍ବର ୧୪ରେ ପୁନେର ଏସ୍‌ପି କଲେଜରେ ସବୁଠୁ ବଡ଼ ଶିକ୍ଷାଗତ ଗତିବିଧିରେ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଏଠାରେ ୩,୦୬୬ ପିତାମାତା କାହାଣୀ ଶୁଣାଇବା ମାଧ୍ୟମରେ ସମାଜରେ ପଢ଼ିବା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ନିଜ ପିଲାମାନଙ୍କୁ ପଢ଼ାଇଥିଲେ। ନ୍ୟାସନାଲ ବୁକ୍ ଟ୍ରଷ୍ଟର ଏକ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ପଢ଼ିବାର ଖୁସିକୁ ପ୍ରସାର  କରିବା ଦିଗରେ ପ୍ରଶଂସନୀୟ ପଦକ୍ଷେପ। ଏଥିରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରଶଂସା।’

Related Articles

Leave a Reply

Your email address will not be published.

Back to top button