ଜିନୋମ୍‌ ସିକ୍ୱେନ୍‌ସିଂ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ଓ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ସମସ୍ତ ଗୁରୁତର ଶ୍ୱାସକ୍ରିୟାରେ ପୀଡ଼ିତ (ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି) ରୋଗୀଙ୍କ ଲ୍ୟାବ ସର୍ଭେଲାନ୍‌ସ, ଜିନୋମ୍‌ ସିକ୍ୱେନ୍‌ସିଂ ଏବଂ ଟେଷ୍ଟିଂ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ସଂପ୍ରତି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ କରି  ସ୍ଥିତି ଓ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ‌‌ମୋଦୀ ହସ୍ପିଟାଲରେ ମକ୍‌ ଡ୍ରିଲ୍‌ ଏବଂ ସତର୍କତାର ଆବଶ୍ୟକତା ଉପରେ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଡାକ୍ତରଖାନାରେ ମକ୍ ଡ୍ରିଲ୍ ଏବଂ ସତର୍କତାର ଆବଶ୍ୟକତା ଉପରେ ପରାମର୍ଶ ଦେଇଥିଲେ। ଶ୍ୱାସକ୍ରିୟା ପରିଚ୍ଛନ୍ନତା ଏବଂ କୋଭିଡ୍ ଉପଯୁକ୍ତ ଆଚରଣ ବଜାୟ ରଖିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ ନିର୍ଦ୍ଧାରିତ ଆଇଏନଏସଏସିଓଜି ଜିନୋମ ସିକ୍ୱେନ୍ସିଂ ଲାବୋରେଟୋରୀ ସହିତ ପଜିଟିଭ୍ ନମୁନାର ସମ୍ପୂର୍ଣ୍ଣ ଜିନୋମ ସିକ୍ୱେନ୍ସିଂ ବୃଦ୍ଧି କରନ୍ତୁ ।

Related Articles

Leave a Reply

Your email address will not be published.

Back to top button