ନୀତୀଶଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆଜି ୭୨ ବର୍ଷ ପଦାର୍ପଣ କଲେ । ଲୋକମାନେ ତାଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଜନ୍ମଦିନରେ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କୁ ଦୀର୍ଘ ଜୀବନ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କୁ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି। ନୀତୀଶ କୁମାର ୧ ମାର୍ଚ୍ଚ ୧୯୫୧ ରେ ଜନ୍ମ ହୋଇଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ନୀତୀଶ ତାଙ୍କର ଇଞ୍ଜିନିୟରିଂ ଡିଗ୍ରୀ ସମାପ୍ତ କରି ବିହାର ରାଜ୍ୟ ବିଦ୍ୟୁତ୍ ବୋର୍ଡରେ କାର୍ଯ୍ୟ କରିଥିଲେ। ୧୯୭୦ ଦଶକର ମଧ୍ୟଭାଗରେ ସେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ବିରୋଧରେ ଜୟପ୍ରକାଶ ନାରାୟଣଙ୍କ ଜନ ଅଭିଯାନରେ ମଧ୍ୟ ଭାଗ ନେଇଥିଲେ। ମିଶନ ୨୦୨୪ ପାଇଁ ନୀତୀଶ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଜାତୀୟ ସ୍ତରରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି।

Related Articles

Leave a Reply

Your email address will not be published.

Back to top button