ସୋସିଆଲ ମିଡିଆ ପ୍ଲାଟଫର୍ମରେ ଡିପି ବଦଳାଇ ଭାରତ ମଣ୍ଡପମର ଚିତ୍ର ରଖିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଡିପି କୁ ଜି -୨୦ ଶିଖର ସମ୍ମିଳନୀ ସ୍ଥଳ ଭାରତ ମଣ୍ଡପମ ଚିତ୍ରରେ ପରିବର୍ତ୍ତନ କରିଛନ୍ତି। ଚିତ୍ରରେ ଏକ ଉଜ୍ଜ୍ୱଳ ଆଲୋକିତ ଭାରତ ମଣ୍ଡପମ୍ ଦୃଶ୍ୟମାନ ହେଉଛି, ଯେଉଁଥିରେ ନଟରାଜଙ୍କ ପ୍ରତିମା ସ୍ଥାପିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କର ପ୍ରୋଫାଇଲ୍ ଛବି ବଦଳାଇଛନ୍ତି ଏବଂ ତ୍ରିରଙ୍ଗା ବଦଳରେ ନିଜର ଫଟୋ ରଖି ‘ନମସ୍ତେ’ ବୋଲି କହିଛନ୍ତି।

ଜି -୨୦ ଶିଖର ସମ୍ମିଳନୀ ୯ ଏବଂ ୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବିଶ୍ୱର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିବେ। ଜି -୨୦ ପାଇଁ ଅନେକ ନେତାଙ୍କ ଦିଲ୍ଲୀରେ ପହଞ୍ଚିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରିଟିଶ ପ୍ରଧାନମନ୍ତ୍ରୀ iଋଷି ସୁନାକ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଅନେକ ବିକାଶଶୀଳ ତଥା ବିକଶିତ ଦେଶର ଅନ୍ୟ ନେତାମାନେ ଦିଲ୍ଲୀରେ ପହଞ୍ଚିଛନ୍ତି।

Related Articles

Leave a Reply

Your email address will not be published.

Back to top button