ବଙ୍ଗାରୁ ଆଦିଗାଲାରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ବଙ୍ଗାରୁ ଆଦିଗାଲାରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି। ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଶ୍ରୀ ବଙ୍ଗାରୁ ଆଦିଗାଲାରଙ୍କ ଦେହାନ୍ତରେ ଗଭୀର ଦୁଃଖିତ। ଆଧ୍ୟାତ୍ମିକତା ଏବଂ କରୁଣାରେ ସମୃଦ୍ଧ ତାଙ୍କ ଜୀବନ ଅନେକଙ୍କ ପାଇଁ ସବୁଦିନ ଲାଗି ମାର୍ଗଦର୍ଶକ ହେବ। ମାନବିକତା ପ୍ରତି ତାଙ୍କ ନିରନ୍ତର ସେବା ଏବଂ ଶିକ୍ଷାକୁ ଗୁରୁତ୍ୱ ଦେଇ ସେ ଅନେକଙ୍କ ଜୀବନରେ ଆଶା ଏବଂ ଜ୍ଞାନର ମଞ୍ଜି ବୁଣିଥିଲେ। ତାଙ୍କ କାର୍ଯ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଓ ମାର୍ଗଦର୍ଶନ ଦେବା ଜାରି ରଖିବ। ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି।’

Related Articles

Leave a Reply

Your email address will not be published.

Back to top button