ଗଭୀର ଜଳ କ୍ରିଷ୍ଣା ଗୋଦାବରୀ ଅବବାହିକାରୁ ତୈଳ ଉତ୍ପାଦନ ଆରମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଜଟିଳ ଏବଂ କଠିନ ଗଭୀର ଜଳ କ୍ରିଷ୍ଣା ଗୋଦାବରୀ ଅବବାହିକା (କେଜି-ଡିଡବ୍ଲ୍ୟୁଏନ୍-୯୮/୨ ବ୍ଲକ) ରୁ ପ୍ରଥମ ତୈଳ ଉତ୍ପାଦନ ଆରମ୍ଭ କୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଟ୍ବିଟର ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଭାରତର ଶକ୍ତି ଯାତ୍ରାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଏବଂ ଆତ୍ମନିର୍ଭର ଭାରତ ପାଇଁ ଆମର ଅଭିଯାନକୁ ପ୍ରୋତ୍ସାହିତ କରୁଛି। ଏହା ଦ୍ୱାରା ଆମ ଅର୍ଥନୀତିକୁ ମଧ୍ୟ ଅନେକ ଲାଭ ମିଳିବ।

Related Articles

Leave a Reply

Your email address will not be published.

Back to top button