ଶେଷ ପର୍ୟ୍ୟାୟରେ ଗଗନଯାନ ମିଶନର ପ୍ରସ୍ତୁତି

ନୂଆଦିଲ୍ଲୀ: ଗଗନଯାନ ମିଶନର ପ୍ରସ୍ତୁତି ଏବେ ଶେଷ ପର୍ୟ୍ୟାୟରେ । ମହାକାଶକୁ ଯିବାକୁ ଏବେ ପ୍ର୍ରସ୍ତୁତ । ସମସ୍ତ ପ୍ରସ୍ତୁତି ଏବେ ଅନ୍ତିମ ଚରଣରେ । ଏନେଇ ଇସ୍ରୋ ପକ୍ଷରୁ କିଛି ଫଟୋ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି । ଅକ୍ଟୋବର ମାସ ଶେଷରେ ସୁଦ୍ଧା ମାନବବିହୀନ ପରୀକ୍ଷଣ କରାଯିବ । ପରୀକ୍ଷଣରେ ଟିବି-ଡି-ୱାନକୁ ପଠାଯିବ । ଯାହାର ନିର୍ମାଣ ଓ ପ୍ରସ୍ୁତି ଶେଷ ହୋଇଛି । ଚନ୍ଦ୍ରଯାନର ୩ର ସଫଳତା ପରେ ଆରମ୍ଭ ଗଗନଯାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଦେଶର ପ୍ରଥମ ମିଶନ ଭାବେ ଗଗନଯାନ ମିଶନରେ ମହାକାଶକୁ ରୋବଟ ପଠାଇବାକୁ ଯୋଜନା କରୁଛି ଇସ୍ରୋ । ତିନୋଟି ପର୍ୟ୍ୟାୟରେ ମିଶନକୁ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି । କରୋନା ପାଇଁ ମିଶନରେ ବିଳମ୍ବ ହୋଇଛି । । ଏହାକୁ ଦୃଷ୍ଟିରେ ରଖି କାମ କରୁଛି ଇସ୍ରୋ ।

Related Articles

Leave a Reply

Your email address will not be published.

Back to top button