ପାକିସ୍ତାନରେ କାଙ୍ଗାଳ ସ୍ଥିତି: ଅଟା ପାଇଁ ଟ୍ରକ ପଛରେ ଗୋଡାଉଛନ୍ତି ଲୋକେ

ଇସଲାମାବାଦ: ଏବେ ପାକିସ୍ତାନ ଘୋର ଆର୍ଥିକ ସଂଙ୍କଟ ଦେଇ ଗତି କରୁଛି । ପାକ୍‌ରେ ଶ୍ରୀଲଙ୍କା ପରି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଭୋକ ଉପାସରେ ଆଉଟୁପାଉଟୁ ହେଉଛନ୍ତି ଦେଶବାସୀ । ଭୋକଜ୍ବାଳା ପ୍ରଶମିତ କରିବାକୁ ଲୋକମାନେ ଗହମ, ଅଟା ପାଇଁ ମାର୍‌ପିଟ୍ ହେଉଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ପାକିସ୍ତାନରେ ଭୋକର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ଲୋକମାନେ କିପରି ସାମାନ୍ୟ ଅଟା ପାଇଁ ବିପଦସଙ୍କୁଳ ଭାବେ ଅଟା ବୋଝେଇ ଟ୍ରକ ପଛରେ ଗୋଡାଉଛନ୍ତି ତାହାର ଏକ ଭିଡିଓ ଦେଖିବାକୁ ମିଳିଛି । ନ୍ୟାସନାଲ ଇକ୍ବାଲିଟି ପାର୍ଟିର ଚେୟାରମ୍ୟାନ ପ୍ରଫେସର ସଜ୍ଜାଦ ରାଜା ଏହି ଭିଡିଓଟିକୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି, ଏହା କୌଣସି ମୋଟର ସାଇକେଲ ରାଲି ନୁହେଁ, ଲୋକମାନେ ଅଟୋ ବୋଝେଇ ଟ୍ରକ ପଛରେ ଗୋଡାଉଛନ୍ତି । ଏହି ଆଶାରେ ଯେ, ସେ ଗୋଟିଏ ପ୍ୟାକେଟ ଅଟା କିଣିପାରିବେ । ପାକିସ୍ତାନରେ ଆମର କୌଣସି ଭବିଷ୍ୟତ ଅଛି କି । ଦେଶରେ ଏବେ କିଭଳି ସ୍ଥିତି ରହିଛି ଏହି ଭିଡିଓ ତାହାର ଏକ ଝଲକ୍ ମାତ୍ର ବୋଲି ପ୍ରଫେସର କହିଛନ୍ତି । ବର୍ଷ ବର୍ଷ ଧରି ପାକିସ୍ତାନ ଖାଦ୍ୟ ସଙ୍କଟ ସ୍ଥିତି ଦେଇ ଗତି କରୁଛି । ଏବେ ପାକ୍ ଏକ ପ୍ରକାର କାଙ୍ଗାଳ ହୋଇଯାଇଛି । ଏଠାରେ ଲୋକମାନେ ଖାଇବାକୁ ପିଇବାକୁ ପାଉନାହାନ୍ତି । ଦେଶରେ ଅଧିକାଂଶ ସ୍ଥାନରେ ଅଟାର ଘୋର ଅଭାବ ସୃଷ୍ଟି ହୋଇଛି । ଗତ ସପ୍ତାହ ପର ଠାରୁ ଦେଶର ବିଭିନ୍ନ ରାଜ୍ୟରେ ଅଟା ମୂଲ୍ୟ ଆକାଶ ଛୁଆଁ ରହିଛି । ବର୍ତ୍ତମାନ ଦେଶର କିଛି ସ୍ଥାନରେ ଗୋଟିଏ ପ୍ୟାକେଟ ଅଟା ମୂଲ୍ୟ ପାକିସ୍ତାନ ମୁଦ୍ରାରେ ୩,୦୦୦ ଟଙ୍କା ରହିଛି । ଯେଉଁ କାରଣରୁ ଅଟା ପାଇଁ ରାସ୍ତାରେ ଲୋକେ ମାରପିଟ୍ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

Related Articles

Leave a Reply

Your email address will not be published.

Back to top button