ବାରାଣାସୀରେ ନିର୍ବାଚନୀ ଆଫିଡେଭିଟ୍ ଦାଖଲ କଲେ ପିଏମ୍ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଭାବରେ ଆଜି ବାରାଣାସୀରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଦାଖଲ ହୋଇଥିବା ଆଫିଡେଭିଟ୍ ରେ ସେ ତାଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ପିଏମ ମୋଦୀଙ୍କ ପାଖରେ ବର୍ତ୍ତମାନ ୩ କୋଟିରୁ ଅଧିକ ସମ୍ପତ୍ତି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନିଜର କୌଣସି ଘର ନାହିଁ, ତାଙ୍କ ପାଖରେ କାର ମଧ୍ୟ ନାହିଁ। ପ୍ରଧାନମନ୍ତ୍ରୀଙ୍କ ମୋଟ ନଗଦ ୫୨,୯୨୦ ଟଙ୍କା ରହିଛି। ଷ୍ଟେଟ ବ୍ୟାଙ୍କର ଗାନ୍ଧିନଗର ଶାଖାରେ ୭୩,୩୦୪ ଟଙ୍କା ଥିବାବେଳେ ଏସବିଆଇର ବାରାଣାସୀ ଶାଖାରେ ମାତ୍ର ୭୦୦୦ ହଜାର ଟଙ୍କା ରହିଛି। ଷ୍ଟେଟ ବ୍ୟାଙ୍କରେ ପିଏମ ମୋଦୀଙ୍କର ୨,୮୫,୬୦,୩୩୮ ଟଙ୍କା ରହିଛି। ପ୍ରଧାନମନ୍ତ୍ରୀ ମୋଦି ଗତ ୫ ବର୍ଷ ମଧ୍ୟରେ ତାଙ୍କ ଆୟର ବିବରଣୀ ମଧ୍ୟ ଦେଇଛନ୍ତି। ୨୦୧୮-୧୯9 ରେ ତାଙ୍କର ଆୟ ୧୧,୧୪,୨୩୦ ଟଙ୍କା, ୨୦୧୯-୨୦ ରେ ୧୭,୨୦,୭୬୦ ଟଙ୍କା, ୨୦୨୦-୨୧ ରେ ୧୭,୦୭,୯୩୦ ଟଙ୍କା, ୨୦୨୧-୨୨ ରେ ୧୫,୪୧,୮୭୦ ଟଙ୍କା ଏବଂ ୨୦୨୨-୨୩ ରେ ପ୍ରଧାନମନ୍ତ୍ରୀ ୨୩,୫୬,୦୮୦ ଟଙ୍କା ରୋଜଗାର କରିଛନ୍ତି। ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୬୭ ମସିହାରେ ଗୁଜରାଟ ବୋର୍ଡରୁ ଏସ୍.ସି.ସି କରିଥିଲେ। ୧୯୭୮ ମସିହାରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ତେଣୁ ୧୯୮୩ ମସିହାରେ ପିଏମ ମୋଦୀ ଗୁଜୁରାଟ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ୍ ଆର୍ଟ ଡିଗ୍ରୀ ହାସଲ କରିଥିଲେ।

Related Articles

Leave a Reply

Your email address will not be published.

Back to top button