ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ: ଟ୍ରେଣ୍ଡିଂ ସଂଖ୍ୟାଗରିଷ୍ଠତା ହାସଲ କରିଛି ବିଜେପି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆଜି ଆରମ୍ଭ ହୋଇଛି। ଏପ୍ରିଲ ୧୯ ତାରିଖରେ ଅରୁଣାଚଳ ପ୍ରଦେଶର ୬୦ ଟି ଆସନରେ ଭୋଟ୍ ପ୍ରକ୍ରିୟା ଶେଷ ହୋଇଥିଲା। ପ୍ରକାଶ ଯେ, ପୂର୍ବରୁ ଉଭୟ ଆସନର ଗଣନା ଜୁନ୍ ୪ ତାରିଖରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ପରେ ତାରିଖଗୁଡ଼ିକର ସଂଶୋଧନ କରାଯାଇଥିଲା। କାରଣ ଉଭୟ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଜୁନ୍ ୨ ତାରିଖରେ ଶେଷ ହେଉଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ, ଭୋଟ୍ ଗଣନା ଜୁନ୍ ୨ ତାରିଖରେ ହେବ, ତେଣୁ ବର୍ତ୍ତମାନର ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପରେ ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇପାରିବ। ଅରୁଣାଚଳ ପ୍ରଦେଶରେ ୫୦ ଟି ଆସନର ଫଳାଫଳ ଘୋଷଣା କରାଯିବ। ଶାସକ ବିଜେପି ପୂର୍ବରୁ ଦଶଟି ବିଧାନସଭା ଆସନ ଜିତିଛି। କଂଗ୍ରେସ ୩୪ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଅରୁଣାଚଳ ପ୍ରଦେଶ ବିଧାନସଭାର ସମସ୍ତ ୬୦ ଟି ଆସନରେ ବିଜେପି ନିଜର ପ୍ରାର୍ଥୀ ଦେଇଛି। ତେବେ ବର୍ତ୍ତମାନ ଟ୍ରେଣ୍ଡିଂ ଅନୁଯାୟୀ ବିଜେପି ୪୭ ଟି ଆସନରେ ଆଗୁଆ ଥିବା ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button