ଡିସେମ୍ବରରେ ବଢିଛି ପେଟ୍ରୋଲ ଓ ଡିଜେଲ ବିକ୍ରି

ନୂଆଦିଲ୍ଲୀ: ୨୦୨୨ ଡିସେମ୍ବରରେ ଦେଶରେ ପେଟ୍ରୋଲ ଓ ଡିଜେଲ ବିକ୍ରି ପରିମାଣ ବୃଦ୍ଧି ପାଇଛି ବୋଲି ପେଟ୍ରୋଲିୟମ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ଡିସେମ୍ବରରେ ୨.୭୬ ନିୟୁତ ଟନ୍ ପେଟ୍ରୋଲ ଏବଂ ୭.୩ ନିୟୁତ ଟନ୍ ଡିଜେଲ ବିକ୍ରି ହୋଇଛି । ୨୦୨୧ ଡିସେମ୍ବର ତୁଳନାରେ ଏହା ଯଥାକ୍ରମେ ୮.୬ ଏବଂ ୧୩ ପ୍ରତିଶତ ଅଧିକ ବୋଲି କୁହାଯାଇଛି । କୃଷି କ୍ଷେତ୍ରରେ ଅଧିକ ଆବଶ୍ୟକତା ପଡଥିବାରୁ ଗତବର୍ଷ ଜୁନ୍‌ରୁ ଦେଶରେ ଡିଜେଲର ଚାହିଦା କ୍ରମଶଃ ବୃଦ୍ଧି ପାଉଥିବା କୁହାଯାଇଛି । ଚାଷଜମିରେ ବ୍ୟବହୃତ ମୋଟର ପମ୍ପ ଏବଂ ଫସଲ ପରିବହନ ପାଇଁ ଟ୍ରାକ୍ଟର ଓ ଟ୍ରକ୍ ଅଧିକ ସଂଖ୍ୟାରେ ବ୍ୟବହୃତ ହୋଇଥିବାରୁ ଡିଜେଲ ବିକ୍ରି ଅଧିକ ରହିଥିବା ଜଣାପଡିଛି । ରବି ଫସଲର ଚାଷକାର୍ଯ୍ୟ ଯୋଗୁଁ ଆର୍ôଥକ କାରବାର ମଧ୍ୟ ବୃଦ୍ଧି ପାଇଛି । ତେବେ ମୌସୁମୀ ଯୋଗୁଁ ୨୦୨୨ ଜୁଲାଇ ଓ ଅଗଷ୍ଟରେ ଅଟୋ ଇନ୍ଧନ ବିକ୍ରି ହ୍ରାସ ପାଇଥିଲା । ଅପରପକ୍ଷରେ ସ୍ଥିତି ସ୍ୱାଭାବିକ ହୋଇଥିବାରୁ ବିମାନ ଚଳାଚଳ ସେକ୍ଟରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ଗତ ଡିସେମ୍ବରରେ ବିମାନ ଇନ୍ଧନ ଏଟିଏଫ୍ (ଆଭିଏସନ୍ ଟର୍ବାଇନ୍ ଫୁଏଲ) ଚାହିଦା ୬୦୬,୦୦୦ ଟନ୍‌କୁ ବୃଦ୍ଧି ପାଇଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button