ପରେଶ ରାଓ୍ୱଲଙ୍କୁ ମିଳିଲା ହାଇକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ : ବଲିଉଡର ବର୍ଷିଆନ୍ ଅଭିନେତା ପରେଶ ରାଓ୍ୱଲଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ତାଙ୍କୁ କୋଲକାତା ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବଙ୍ଗୀୟମାନଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ଆଧାର କରି ତାଙ୍କ ବିରୋଧରେ କୋଲକାତା ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ଏବେ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟ ବିଚାରପତି ମନ୍ଥା ଏହି ମାମଲାର ଶୁଣାଣି କରି କହିଛନ୍ତି, ପରେଶ ରାଓ୍ୱଲ ଟ୍ୱିଟ୍‌ ଜରିଆରେ କ୍ଷମା ମାଗିଛନ୍ତି। ତେଣୁ କୋର୍ଟ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିଦେଇଛନ୍ତି। ଏଥିସହ ତାଙ୍କ ବିରୋଧରେ ଚାଲିଥିବା ସମସ୍ତ ଯାଞ୍ଚ ଉପରେ ମଧ୍ୟ ରୋକ୍‌ ଲଗାଇ ଦିଆଯାଇଛି। ମାକପାର ରାଜ୍ୟ ସଚିବ ମହମ୍ମଦ ସଲିମଙ୍କ ଅଭିଯୋଗ ଆଧାରରେ ପୁଲିସ ପରେଶ ରାଓ୍ୱଲଙ୍କ ବିରୋଧରେ ପ୍ରଥମିକ ମାମଲା ରୁଜୁ କରିବା ସହ ତାଙ୍କୁ ପୁଲିସ ଷ୍ଟେସନରେ ହାଜର ହେବାକୁ ନୋଟିସ ପଠାଇଥିଲା। ତେବେ କୋଲକାତାର ତଲତଲା ଥାନରେ ହାଜର ହେବାକୁ ପରେଶ ମନା କରିଦେଇଥିଲେ। ଏହାପରେ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି ଆଜି କୋର୍ଟ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button