ଘୋଷଣା ହେଲା ପଦ୍ମ ପୁରସ୍କାର, ୧୧୩ଜଣଙ୍କ ମଧ୍ୟରୁ ଓଡ଼ିଶାରୁ ୪ଜଣଙ୍କୁ ପଦ୍ମଶ୍ରୀ, ୭ଜଣଙ୍କୁ ପଦ୍ମ ବିଭୂଷଣ, ୯ଜଣଙ୍କୁ ପଦ୍ମଭୂଷଣ

ନୂଆଦିଲ୍ଲୀ: ୭୬ତମ ଗଣତନ୍ତ୍ର ଦିବସ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ୨୦୨୫ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ୧୩୯ ଜଣିଆ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିମଧ୍ୟରେ ୧୧୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ନାମିତ କରାଯାଇଥିବା ବେଳେ ୧୯ଜଣଙ୍କୁ ପଦ୍ମ ଭୂଷଣ ଏବଂ ଅନ୍ୟ ୭ଜଣଙ୍କୁ ପଦ୍ମ ବିଭୂଷଣ’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ତେବେ ପଦ୍ମଶ୍ରୀ ପାଇଁ ନାମିତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ମେଡିସିନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ, କଳା କ୍ଷେତ୍ରରେ ଅଦ୍ୱୈତ ଚରଣ ଗଡ଼ନାୟକ ଏବଂ ଦୁର୍ଗାଚରଣ ରଣବୀରଙ୍କୁ ଏବଂ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେରେ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ପଦ୍ମଶ୍ରୀ ସମ୍ମାନ ପାଇଁ ନାମ ଘୋଷିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୧୦୨ ବର୍ଷୀୟା ଲିବିୟା ଲୋବୋ ସରଦେଶାଇ (ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ), ନୀରଜ ଭଟଲା (ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ), ଭୀମ ସିଂହ ଭାବେଶ (ବିଶିଷ୍ଟ ସମାଜସେବୀ), ପି ଡଚନାମୂର୍ତ୍ତି (ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ), ଏଲ୍ ହାଙ୍ଗଥିଙ୍ଗ (ବିଶିଷ୍ଟ ଫଳଚାଷୀ), ଜଗଦୀଶ ଜୋଶିଲା (ବିଶିଷ୍ଟ ଲେଖକ), ହରିମାନ୍ ଶର୍ମା, ହରବିନ୍ଦର ସିଂହ, ନାରେନ୍ ଗୁରୁଙ୍ଗ, ପଶ୍ଚିମବଙ୍ଗର ସ୍ୱତନ୍ତ୍ର ବାଦକ ଗୋକୁଳଚନ୍ଦ୍ର ଦାସ ପ୍ରମୁଖ ସାମିଲ ଅଛନ୍ତି। ସେହିପରି ତେଲେଙ୍ଗାନାର ଶ୍ରୀ ଡୁଭୁର ନାଗେଶ୍ୱର ରେଡ୍ଡୀଙ୍କୁ ମେଡିସିନ୍ ପାଇଁ, ଚଣ୍ଡିଗଡର ଅବସରପ୍ରାପ୍ତ ଜଷ୍ଟିସ୍ ଜଗଦ୍ଦୀଶ ସିଂ ଖେହାରଙ୍କୁ ପବ୍ଲିକ୍ ଆଫାୟାର୍ସ ପାଇଁ, କର୍ଣ୍ଣାଟକର ଶ୍ରୀମତୀ କୁମୁଦିନୀ ରଜନୀକାନ୍ତ ଲାଖିଆ ଏବଂ ଶ୍ରୀ ଲକ୍ଷ୍ମୀନାରାୟଣ ସୁବ୍ରମଣ୍ୟମ୍‌ଙ୍କୁ କଳାକ୍ଷେତ୍ର ପାଇଁ, କେରଳର ଶ୍ରୀ ଏମ୍‌ଟି ବାସୁଦେବନ୍ ନାୟରଙ୍କୁ (ମରଣୋପରାନ୍ତ) ସାହିତ୍ୟ ଏବଂ ଶିକ୍ଷା ପାଇଁ, ଜାପାନ୍‌ର ଶ୍ରୀ ଓସାମୁ ସୁଜୁକି (ମରଣୋପରାନ୍ତ) ଏବଂ ବିହାରର ଶ୍ରୀମତୀ ଶାରଦା ସିହ୍ନା (ମରଣୋପରାନ୍ତ)ଙ୍କୁ କଳା କ୍ଷେତ୍ର ପାଇଁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ପ୍ରକାଶ, କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ପଦ୍ମ ପୁରସ୍କାର କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ, ଇଞ୍ଜିନିୟରିଂ, ବ୍ୟବସାୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା ଏବଂ ପ୍ରଶାସନିକ ସେବା ଭଳି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତାକୁ ସ୍ୱୀକୃତି ଦେଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button