ବଢ଼ିଲା ଅଡୁଆ, ସିସୋଦିଆଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ:ବଢ଼ିଲା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ତାଙ୍କ ବିରୋଧରେ ସିବିଆଇ ରୁଜୁ କଲା ଆଉ ଏକ ମାମଲା। ଦିଲ୍ଲୀ ସରକାରଙ୍କ ଫିଡ୍‌ବ୍ୟାକ୍ ୟୁନିଟ୍ ତଥା ଏଫ୍‌ବିୟୁ ଦୁର୍ନୀତି ମାମଲ‌ାରେ ଆମ୍ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ବିରୋଧରେ ଆଉ ଏକ ତାଜା ମାମଲା ରୁଜୁ କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍‌।୨୦୧୫ରେ ଦିଲ୍ଲୀରେ କ୍ଷମତାକୁ ଆସିବା ପରେ ଆପ୍ ଦ୍ୱାରା ଏଫ୍‌ବିୟୁ ଗଠନ କରାଯାଇଥିଲା। ଉକ୍ତ ପ୍ରୋଜେକ୍ଟ ପାଇଁ ଆବଣ୍ଟନ ହୋଇଥିବା ପାଣ୍ଠି ଆପ୍ ସରକାରଙ୍କ ଦ୍ୱାରା ହଡ଼ପ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। କେନ୍ଦ୍ର ସରକାରଙ୍କ ମଧ୍ୟ ଏହି ୟୁନିଟ୍ ଗଠନକୁ ନେଇ କୌଣସି ଅନୁମତି ନଥିଲା।

Related Articles

Leave a Reply

Your email address will not be published.

Back to top button