ଏବେ ଉଦୟାନିଧି ଷ୍ଟାଲିନଙ୍କ ନୂଆ ବିବୃତ୍ତି: ବିଜେପିକୁ କହିଲେ ବିଷାକ୍ତ ସାପ

ନୂଆଦିଲ୍ଲୀ: ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ତଥା ଡିଏମକେ ନେତା ଉଦୟାନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ବିଜେପିକୁ ଏକ ବିଷାକ୍ତ ସାପ ସହିତ ତୁଳନା କରିଛନ୍ତି ଏବଂ ଏହାକୁ ତାମିଲନାଡୁରୁ ବାହାର କରିଦେବା ଆବଶ୍ୟକ ବୋଲି କହିଛନ୍ତି। ହିନ୍ଦୁ ଧର୍ମ ଏବଂ ସନାତନ ଉପରେ ବିବାଦୀୟ ବିବୃତ୍ତି ଦେଇଥିବା ଉଦୟାନିଧିଙ୍କ ଏହି ବିବୃତ୍ତି ଉପରେ ମଧ୍ୟ ବିବାଦ ଦେଖାଦେଇପାରେ। ସନାତନ ଧର୍ମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଦେଇଥିବା ବିବୃତ୍ତି ଉପରେ ବିଜେପି ପୂର୍ବରୁ ଆକ୍ରମଣ କରୁଛି।

କୁଡାଲୋର ଜିଲ୍ଲାର ନେଭେଲିରେ ଡିଏମକେ ବିଧାୟକ ରାଜେନ୍ଦ୍ରନଙ୍କ ପାରିବାରିକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଉଦୟାନିଧି ଏଠାରେ ପହଞ୍ଚିଥିଲେ। ଏଠାରେ ଥିବା ଲୋକଙ୍କୁ ସମ୍ବୋଧିତ କରିବାବେଳେ ସେ କେବଳ ବିଜେପି ଉପରେ ଆକ୍ରମଣ କରିନାହାଁନ୍ତି ବରଂ ଏହାର ସହଯୋଗୀ AIADMK କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଉଦୟାନିଧି AIADMK କୁ ଅଳିଆ ଗଦା ସହିତ ତୁଳନା କଲେ ଯାହା ସାପମାନଙ୍କୁ ଆଶ୍ରୟ ଦେଇଥାଏ। ଏହି ଅଳିଆ ଗଦାକୁ ମଧ୍ୟ ରାଜ୍ୟରୁ ସଫା କରିବାକୁ ପଡିବ ବୋଲି ସେ କହିଛନ୍ତି।

ଉଦୟାନିଧି କ’ଣ କହିଲେ?:

ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଉଦୟାନିଧି କହିଛନ୍ତି ଯେ, ‘ସାପଟି ଅଳିଆ ଗଦାରୁ ବାହାରି ଆମ ଘରେ ପ୍ରବେଶ କରେ। ଯଦି ଆମକୁ ସାପଗୁଡିକୁ ହଟାଇବାକୁ ପଡ଼େ, ତେବେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଅଳିଆ ମଧ୍ୟ ରହିବ ନାହିଁ। ତେଣୁ ୨୦୨୪ ରେ ତାମିଲନାଡୁରୁ ବିଜେପି ଏବଂ AIADMK ହଟାଇବାକୁ ଲୋକମାନେ ପ୍ରସ୍ତୁତ ହେବା ଉଚିତ୍।

Related Articles

Leave a Reply

Your email address will not be published.

Back to top button